ପିଲିଭିତ୍ : ଉତ୍ତପ୍ରଦେଶର ପିଲିଭିତରେ ଗତ ୭୦ ଦିନ ଧରି ଚାଲିଥିବା ମଣିଷଖିଆ ବାଘ ଆତଙ୍କର ଅନ୍ତ ଘଟିଛି। ବାଘୁଣୀକୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛି । ତାକୁ ଟ୍ରାଙ୍କୁଲାଇଜ କରିବା ପରେ ଏକ ଯନ୍ତାରେ ରଖାଯାଇଛି । ଏହାପରେ ସ୍ଥାନୀୟ ଲୋକମାନେ ଶାନ୍ତିରେ ନିଶ୍ବାସ ମାରିଛନ୍ତି ।
ସୂଚନା ଅନୁସାରେ ପିଲିଭିତ ଜିଲ୍ଲାର ନ୍ୟୁରିଆ ଥାନା ଅଂଚଳରେ ଆସୁଥିବା ପ୍ରାୟ ଏକ ଡଜନରୁ ଅଧିକ ଗ୍ରାମରେ ଏହି ବାଘୁଣୀ ଗତ ପ୍ରାୟ ଅଢେଇ ମାସ ହେଲା ଆତଙ୍କ ସୃଷ୍ଟି କରିଥିଲା । ଆତଙ୍କ ଏପରି ଥିଲା ଯେ ସଂଧ୍ୟାହେଲେ ଘରର ତାଟିକବାଟ ପଡ଼ିଯାଉଥିଲା । ଏହି ବାଘୁଣୀ ପ୍ରାୟ ୭ ଜଣ ଲୋକଙ୍କୁ ନିଜର ଶିକାର ବନେଇଥିବା କୁହାଯାଉଛି । ଏହାସହିତ ଆହୁରି ଅନେକ ଲୋକଙ୍କୁ ଆହତ କରିଛି ।
ଗତ ୧୭ ତାରିଖରେ ଏହି ବାଘୁଣୀ ନିଲେଶ ନାମକ ୧୭ ବର୍ଷୀୟ ତରୁଣକୁ ଆକ୍ରମଣ କରି ଗୁରୁତର କରିଦେଇଥିଲା । ତେବେ ଗ୍ରାମବାସୀ ଆସିଯିବାରୁ ବାଣୁଣୀ ନିଲେଶଙ୍କୁ ଛାଡ଼ି ନିକଟ କ୍ଷେତରେ ଘାସକାଟୁଥିବା ୬ ବର୍ଷୀୟ କୃଷ୍ଣା ଦେବୀଙ୍କୁ ଆକ୍ରମଣ କରି ମାରିଦେଇଥିଲା ଓ ମୃତଦେହକୁ କିଛି ଦୂର ଜଙ୍ଗଲକୁ ଟାଣି ନେଇ ଖାଇଥିଲା ।