ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହିନ୍ଦୀରେ ଗାଳି ଦେଲେ ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଲୋକେ ଦୁର୍ନୀତି ଅଭିଯୋଗ ଉଠାଇ ଥିବା ଜଣେ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶୁକ୍ରବାର ଦିନ ଗାଳିମନ୍ଦ କରିବା ସହ ଉପହାସ କରିଛନ୍ତି।

ଉତ୍ତର ପ୍ରଦେଶର ବାହେରି ଠାରେ ପିଡିଏସ୍‌ ଯୋଜନାର ତନଖି କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ସେ ଅଧିକାରୀଙ୍କୁ ଗାଳି ଦେଇଥିଲେ।
ସଭାରେ ଲୋକେ ସେ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିରେ ମେନକା ଗାନ୍ଧୀ ଉତ୍‌କ୍ଷିପ୍ତା ହୋଇ ସେ ଅଧିକାରୀଙ୍କୁ ହିନ୍ଦୀ ଭାଷାରେ ଗାଳି ଦେଉଥିବା ଏକ ୩୫ ସେକେଣ୍ଡ୍‌ ଭିଡିଓରୁ ଶୁଣା ଯାଉଛି: ‘‘ଗୋଟାଏ ହା……ଜାଦା ଭଳି ତୁ ଫୁଲି ଗଲୁଣି।’’

ଜନଗହଳି ଭରା ଏକ କୋଠରିରେ ସର୍ବସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଗାଳିଦେବାରୁ ସେ ଅଧିକାରୀଙ୍କୁ ଭାରି ଅପମାନ ହୋଇଛି। ସେ କୋଠରିରେ ଉପସ୍ଥିତ ଥିବା ଅନ୍ୟମାନେ ମଧ୍ୟ ସେ ଅଧିକାରୀଙ୍କୁ ଦୋଷୀ ବୋଲି କହିଥିଲେ। ସେ ଲାଞ୍ଚ ନେଉଥିବା କଥା ଲୋକେ ଅଭିଯୋଗ କରିଥିଲେ। ତେଣୁ ମେନକା ଖୁବ୍‌ ରାଗି ଯାଇଥିଲେ।


Courtesy of ANI
ସେ କହିଥିଲେ: ଟଙ୍କା ଅପେକ୍ଷା ସମ୍ମାନ ଯୋଗୁଁ ମଣିଷ ବଞ୍ଚିଥାଏ। ତୁ ଗୋଟାଏ ହା…….. ଜାଦା ଭଳି ତୁ ଫୁଲି ଗଲୁଣି ସେଥିରେ ପୁଣି ତୁ ଲାଞ୍ଚୁଆ ହେଇଛୁ।

ତା’ପରେ ସେ କହିଥିଲେ, ଦୁର୍ନୀତିରେ ଲିପ୍ତ ରହି ଅସାଧୁ ବୋଲି ଅଭିଯୁକ୍ତ ହେବାରେ କ’ଣ ତତେ ଖୁସି ଲାଗୁଛି।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗାଳି ଦେଇଥିବାରୁ ମେନକାଙ୍କୁ ସାମାଜିକ ଗଣମାଧ୍ୟମରେ ବହୁ ସମର୍ଥନ ମିଳିଛି। ଲୋକେ କହୁଛନ୍ତି ସେମିତି କହି ମେନକା କୌଣସି ଭୁଲ୍‌ କରି ନାହାନ୍ତି।

ସମ୍ବନ୍ଧିତ ଖବର