ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ସଂସ୍ଥା ‘ଇସ୍କନ୍’ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ବିଜେପି ସାଂସଦ ମେନକା ଗାନ୍ଧି। ଇସ୍କନ୍ ତା’ର ଗୋଶାଳାରୁ ଗାଈକୁ କଂସାଇମାନଙ୍କୁ ବିକ୍ରି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ତେବେ, ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବୈଷ୍ଣବ ସଂଗଠନ ଇସ୍କନ ଏହି ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି ଅଭିହିତ କରିବା ସହ ଏହାକୁ ଖଣ୍ଡନ କରିଛି। ଶ୍ରୀମତୀ ମେନକା ଗାନ୍ଧିଙ୍କ ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା। କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଗାଈ ଓ ଷଣ୍ଢର ସୁରକ୍ଷା ଏବଂ ଯତ୍ନ କ୍ଷେତ୍ରରେ ଇସ୍କନ ସବୁଠୁ ଆଗରେ ରହିଛି ବୋଲି ସଂସ୍ଥା କହିଛି।
ଉଲ୍ଲେଖଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପଶୁ ଅଧିକାର କର୍ମୀ ଶ୍ରୀମତୀ ଗାନ୍ଧି ପଶୁ କଲ୍ୟାଣ ପ୍ରସଙ୍ଗରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଇସ୍କନ୍ ହେଉଛି ଦେଶର ସବୁଠାରୁ ବଡ଼ ଠକେଇ ସଂସ୍ଥା। ଏହା ଗୋଶାଳାର ରକ୍ଷଣାବେକ୍ଷଣ କରିଥାଏ ଏବଂ ବିଶାଳ ଜମି ସମେତ ସରକାରଙ୍କ ଠାରୁ ଲାଭ ପାଇଥାଏ। ହେଲେ ନିକଟରେ ସେ ଆନ୍ଧ୍ରପ୍ରଦେଶରେ ଥିବା ଇସ୍କନର ଅନନ୍ତପୁର ଗୋଶାଳାକୁ ଯାଇଥିବା ବେଳେ ସେଠାରେ କ୍ଷୀର ଦେଉ ନଥିବା କିମ୍ବା ବାଛୁରୀ ନଥିବା କୌଣସି ଗାଈ ତାଙ୍କୁ ମିଳିଲା ନାହିଁ। କୌଣସି ଶୁଖିଲା ଗାଈ ଅର୍ଥାତ କ୍ଷୀର ଦେଉ ନଥିବା ଗାଈ ମିଳି ନଥିଲା। ତେଣୁ, ଇସ୍କନ ଏହାର ସମସ୍ତ ଶୁଖିଲା ଗାଈକୁ କଂସାଇମାନଙ୍କୁ ବିକ୍ରି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରି ଇସ୍କନର ରାଷ୍ଟ୍ରୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି ଯେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଗାଈ ଓ ଷଣ୍ଢଙ୍କ ସୁରକ୍ଷା ଓ ଯତ୍ନ କ୍ଷେତ୍ରରେ ଏହି ଧାର୍ମିକ ସଂସ୍ଥା ଆଗରେ ରହିଛି। ଗାଈ ଓ ଷଣ୍ଢଙ୍କୁ ଜୀବନ ସାରା ସେବା ଦିଆଯାଉଛି, ଅଭିଯୋଗ ଅନୁଯାୟୀ କଂସାଇମାନଙ୍କୁ ବିକ୍ରି କରାଯାଉନାହିଁ ବୋଲି ସେ କହିଛନ୍ତି।
Response to the unsubstantiated and false statements of Smt Maneka Gandhi.
ISKCON has been at the forefront of cow and bull protection and care not just in India but globally.
The cows and bulls are served for their life not sold to butchers as alleged. pic.twitter.com/GRLAe5B2n6
— Yudhistir Govinda Das (@yudhistirGD) September 26, 2023
ଇସ୍କନ ପକ୍ଷରୁ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ଇସ୍କନ ବିଶ୍ୱର ଅନେକ ସ୍ଥାନରେ ଗୋରକ୍ଷାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଯେଉଁଠାରେ ଗୋମାଂସ ଏକ ମୁଖ୍ୟ ଖାଦ୍ୟ ଅଟେ। ଶ୍ରୀମତୀ ଗାନ୍ଧି ଜଣେ ଜଣାଶୁଣା ପଶୁ ଅଧିକାର କର୍ମୀ ଏବଂ ଇସ୍କନର ଶୁଭେଚ୍ଛୁ, ତେଣୁ ଆମେ ତାଙ୍କର ଏହି ବୟାନରେ ଆଶ୍ଚର୍ଯ୍ୟ ହୋଇଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Capt-4.jpg)