ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଆତଙ୍କବାଦ କାଣ୍ଡ, ତଦନ୍ତ ଚାଲିଛି: ପୁଲିସ ମୁଖ୍ୟ

ନୂଆଦିଲ୍ଲୀ: ଶନିବାର ଦିନ ଉପକୂଳବର୍ତ୍ତୀ କର୍ଣ୍ଣାଟକର ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଆକସ୍ମିକ ନୁହେଁ, ସାଙ୍ଘାତିକ କ୍ଷତି ଘଟାଇବା ପାଇଁ ଅଭିସନ୍ଧି ଥିବା ଆତଙ୍କବାଦ କାଣ୍ଡ ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି।

‘ଟୁଇଟର୍‌’ରେ ଏ ସମ୍ବାଦକୁ ସୁନିଶ୍ଚିତ କରି କର୍ଣ୍ଣାଟକ ‘ଡିଜିପି’ ପ୍ରବୀଣ ସୂଦ ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍‌ସିଙ୍କ ସହିତ ରାଜ୍ୟ ପୁଲିସ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।

ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ରାଜ୍ୟ ପୁଲିସକୁ ସହଯୋଗ କରୁଥିବା କଥା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଗତକାଲି ମାଙ୍ଗାଲୁରୁରେ ସଂଗଠିତ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ରାଜ୍ୟ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ଏହା ଆତଙ୍କବାଦବିଜଡ଼ିତ କାଣ୍ଡ ବୋଲି ସନ୍ଦେହ ହେଉଛି। ରାଜ୍ୟ ପୁଲିସଙ୍କ ସହିତ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ମଧ୍ୟ ଯୋଗ ଦେଇଛନ୍ତି।

Times of India

ସଂଗୃହୀତ ସୂଚନା ଅନୁସାରେ, ଅଟୋରିକ୍ସା ମଧ୍ୟରୁ ପୁଲିସ ବ୍ୟାଟେରି ପଶିଥିବା ପୋଡ଼ା ପ୍ରେସର୍‌ କୁକର୍‌ ଉଦ୍ଧାର କରିଛି।

ନିର୍ମାଣ କାର୍ଯ୍ୟ ଚାଲିଥିବା ଗୋଟାଏ କୋଠା ନିକଟରେ ଅଟୋରିକ୍ସାଟି ବିସ୍ଫୋରିତ ହେବା ସମୟରେ ଦୁଇଜଣ ଆହତ ହୋଇଛନ୍ତି। ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଟୋରିକ୍ସା ଡ୍ରାଇଭର୍‌ ଓ ଆରଜଣଙ୍କ ଯାତ୍ରୀ।

ବିସ୍ଫୋରଣ ନୁହେଁ ଅଟୋରିକ୍ସାରେ ନିଆଁ ଲାଗିଛି କହି ଭୟଭୀତନ ‌ନ ହେବାକୁ ଆଗରୁ ପୁଲିସ କହିଥିଲା।  ଘଟଣାର କାରଣ ଜାଣିବା ଲାଗି ଘଟଣାସ୍ଥଳକୁ ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲ୍ୟାବ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା।

ସମ୍ବନ୍ଧିତ ଖବର