ମହାବାତ୍ୟା ମାଂଖୁଟ: ୧୨ ମୃତ, ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା

ମାନିଲା: ସୁପର ଟାଇଫୁନ ମାଂଖୁଟ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି କରିଛି । କେବଳ ଫିଲିପାଇନ୍ସ ନୁହେଁ, ହଂକଂ ଓ ଦକ୍ଷିଣ ଚୀନର କେତେକ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ହସ୍ତଗତ ହୋଇଛି । ଏବେ ସୁଦ୍ଧା ଫିଲିପାଇନ୍ସରେ ପ୍ରାୟ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହି ଝଡ଼ର ପ୍ରଭାବରେ ପବନ ଘଣ୍ଟାପ୍ରତି ୨୦୦ ମାଇଲ ( ୩୨୫ କିଲୋମିଟର) ପର୍ଯ୍ୟନ୍ତ ବଢିଯାଇଥିଲା ।

 

ତେବେ ସ୍ଥଳଭାଗ ଛୁଇଁବା ପରେ ଏହାର ଶକ୍ତି କମିଯାଇଥିଲା ଓ ପବନର ବେଗ ଘଣ୍ଟାପ୍ରତି ୨୭୦ କିଲୋମିଟରକୁ ହ୍ରାସ ପାଇଥିଲା । ଏହି ଝଡ଼ ଫଳରେ ମାନିଲାରେ ପ୍ରାୟ ୧୫୦ଟି ଫ୍ଲାଇଟକୁ ବାତିଲ କରାଯାଇଛି । ଏଗୁଡିକ ମଧ୍ୟରେ ଅନେକ ଇଣ୍ଟରନାସନାଲ ଫ୍ଲାଇଟ ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ ଫିଲିପାଇନ୍ସ ଗ୍ରସ୍ତରେ ଆସିବାକୁ ଥିବା ଚୀନର ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ଗ୍ରସ୍ତକୁ ବାତିଲ କରାଯାଇଛି ।

ସମ୍ବନ୍ଧିତ ଖବର