ଦାମୀ କାରରେ ଆମ୍ବ ଡେଲିଭରି ସାଙ୍ଗକୁ ମାଗଣା ବୁଲାଇନେବାର ସ୍କିମ କରି ଗ୍ରାହକଙ୍କୁ ଆକର୍ଷିତ କରୁଛି ପାକିସ୍ତାନର ଏହି କମ୍ପାନୀ

ଦୁବାଇ: ଦାମୀ କାରରେ ଆମ୍ବ ଆସିବ ଆଉ ଆମ୍ବକୁ ଆପଣ ଗ୍ରହଣ କରିବା ପରେ ଦାମୀ କାରରେ ମାଗଣା ବୁଲିବାର ସୁଯୋଗ ମିଳିବ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ପାକିସ୍ତାନର ଏକ କମ୍ପାନୀ ଏବେ ଏମିତି ଏକ ବ୍ୟବସାୟିକ ଫଣ୍ଡା ଲଞ୍ଚ କରିଛି | ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପାକିସ୍ତାନୀ ଆମ୍ବର ଚାହିଦା ବଢାଇବା ପାଇଁ ଲୋକଙ୍କୁ କୋଟି କୋଟି ଟଙ୍କା ମୂଲ୍ୟର କାରରେ ଆମ୍ବ ବିତରଣ କରାଯାଉଛି ଏବଂ ସେମାନଙ୍କୁ ବିଳାସପୂର୍ଣ୍ଣ କାରରେ ବୁଲିବାର ସୁଯୋଗ ମଧ୍ୟ ମିଳୁଛି | ତେବେ ଏଥିପାଇଁ ଏକମାତ୍ର ସର୍ତ୍ତ ହେଉଛି ଗ୍ରାହକଙ୍କୁ ଅତି କମରେ ୧୫୦ ଦିରହମ୍ (ପ୍ରାୟ ୩୦୦୦ ଟଙ୍କା)ର ଆମ୍ବ ଅର୍ଡର କରିବାକୁ ପଡିବ |

ଗ୍ରାହକଙ୍କୁ ପାକିସ୍ତାନୀ ଆମ୍ବ ପ୍ରତି ଆକୃଷ୍ଟ କରିବା ପାଇଁ ଦୁବାଇରେ ଥିବା ପାକିସ୍ତାନ ସୁପର ମାର୍କେଟ ‘ଲମ୍ବୋର୍ଗିନିରେ ଆମ୍ବ’ ଅଭିଯାନ ଚଳାଉଛି। ଏହା ଅଧୀନରେ ଅତି କମରେ ତିନି ପେଟି ଆମ୍ବ ଅର୍ଡର କରିବା ମାତ୍ରେ ଲମ୍ବୋର୍ଗିନି କାରରେ ଆମ୍ବ ପହଂଚାଇଦିଆଯାଏ  | କେବଳ ଏତିକି ନୁହେଁ ଗ୍ରାହକଙ୍କୁ ଏହି ମୂଲ୍ୟବାନ କାରରେ ବୁଲିବାର ସୁଯୋଗ ମଧ୍ୟ ଦିଆଯାଇଛି। ପାକିସ୍ତାନ ସୁପର ମାର୍କେଟ ଗତ ବର୍ଷ ଏହି ଅଭିଯାନ ଆରମ୍ଭ କରିଥିଲା ​​ଏବଂ ଏହାର ଫଳାଫଳ ଖୁବ ଭଲ ଥିଲା | ଏହି ଅଭିଯାନ ଯୋଗୁଁ ଫଳର ବିକ୍ରି ଦ୍ୱିଗୁଣିତ ହୋଇଛି |

ସୁପର ମାର୍କେଟର ପରିଚାଳନା ନିର୍ଦ୍ଦେଶକ ଜାନଜେବ ୟାସିନ କହିଛନ୍ତି, “ଏହି ଅଭିଯାନ ମାଧ୍ୟମରେ ଆମେ ଗତବର୍ଷ ପ୍ରାୟ ୧୧୦୦ ପେଟି ଆମ୍ବ ଲୋକଙ୍କ ଘରେ ପହଂଚାଇଥିଲୁ ଏବଂ ଏଥର ମଧ୍ୟ ଆମେ ବହୁତ ଭଲ ପ୍ରତିକ୍ରିୟା ପାଇଛୁ | ଏହି ଋତୁରେ ଅତି କମରେ ୨୫୦୦ ପେଟି ବିକ୍ରି କରିବାକୁ ୟାସିନ୍ ଆଶା କରିଛନ୍ତି |

ସମ୍ବନ୍ଧିତ ଖବର