ନୂଆଦିଲ୍ଲୀ: ନିଲମ୍ବିତ କଂଗ୍ରେସ ନେତା ମଣି ଶଙ୍କର ଆୟାର ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଆୟାର କହିଛନ୍ତି ଯେ ମୁସଲ୍ମାନଙ୍କୁ ‘କୁକୁର ଛୁଆ’ କହିଥିବା କୌଣସି ବ୍ୟକ୍ତି ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେବେ ଚିନ୍ତା କରିନଥିଲି। ସେ କହିଥିଲେ ୨୦୧୪ ପୂର୍ବରୁ ଜଣେ ମୁଖ୍ୟମନ୍ତ୍ରୀ (ମୋଦୀ) ମୁସ୍୍ଲିମଙ୍କୁ ‘କୁକୁର ଛୁଆ’ ବୋଲି କହିଥିଲେ। ୨୦୦୨ ଦଙ୍ଗାରେ ମୁସ୍୍ଲିମ୍ ବିରୋଧୀ ହିଂସାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି କୌଣସି କୁକୁର ଛୁଆ ବି ମୋ କାର୍ ତଳକୁ ଚାଲିଆସେ ତା’ହେଲେ ମୁଁ କଷ୍ଟ ଅନୁଭବ କରିଥାଏ। ଏଭଳି ବୟାନ ଦେଇଥିବା ବ୍ୟକ୍ତି କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ତାହା ମୋ ଚିନ୍ତାର ବାହାରେ ଥିଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଟାର୍ଗେଟ୍ କରି କଂଗ୍ରେସକୁ ଅଡ଼ୁଆରେ ପକାଇଥିବା ମଣିଶଙ୍କର ଗତବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମୋଦୀଙ୍କୁ ‘ନୀଚ’ କହି ଦଳରୁ ନିଲମ୍ବିତ ହୋଇଥିଲେ।
ପୁଣି ବିବାଦରେ ମଣିଶଙ୍କର
/sambad/media/post_attachments/wp-content/uploads/2018/08/11_08_2018-manishankar_18305009.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)