ରାହୁଲ ବେରୋଜଗାର, ତା’ମାନେ ନୁହଁ ‌ଯେ ସାରା ଦେଶ ବେରୋଜଗାର: ତାମିଲନାଡୁ ବିଜେପି ମୁଖ୍ୟ

ଚେନ୍ନାଇ: ରାହୁଲ ବେରୋଜଗାର, ତା’ମାନେ ନୁହଁ ‌ଯେ ସାରା ଦେଶ ବେରୋଜଗାର। ଇଣ୍ଡିଆ ଟୁଡେ କନକ୍ଲେଭରେ ଏଭଳି ବୟାନ ଦେଇ ଚର୍ଚ୍ଚାରେ ତାମିଲନାଡୁର ବିଜେପି ମୁଖ୍ୟ କେ ଅନ୍ନାମଲାଇ। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ କଂଗ୍ରେସ ନେତା ନିଜେ ବେରୋଜଗାର, ଏହାର ଅର୍ଥ ନୁହେଁ ଯେ ଦେଶର ଯୁବପିଢ଼ି ବେରୋଜଗାର ଅଛନ୍ତି।

କୋଭଲମରେ ଆୟୋଜିତ ହୋଇଥିବା ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇଥିଲେ ଅନ୍ନାମଲାଇ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ‌ରେ ବିଜେପି ହାରିବା ପରେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତରେ କେଉଁ ଦଳ ଜିତିବ, ସେ ନେଇ ଅନ୍ନାମଲାଇଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, “୨୦୨୪ମସିହାରେ କର୍ଣ୍ଣାଟକ ଓ କେରଳ ସହିତ ତାମିଲନାଡୁ ଏବଂ ତେଲେଙ୍ଗାନାରେ ବିଜେପି ଭଲ ପ୍ରଦର୍ଶନ କରିବ। ୨୦୧୪ ପୂର୍ବରୁ ଦକ୍ଷିଣରେ ରାଜନୀତି ଅଲଗା ଥିଲା, ବିଜେପି ଏଠାରେ ବିଳମ୍ବରେ ପ୍ରବେଶ କରିଥିଲା। ୨୦୧୪ପରେ ଦଳ ଦ୍ରୁତ ଗତିରେ ପଦକ୍ଷେପ ଗ୍ରହଣ କରୁଛି। ନିକଟରେ ତାମିଲ ପ୍ରାଇଡ୍, କନ୍ନଡ ପ୍ରାଇଡ୍, ମାଲାୟାଲମ୍ ପ୍ରାଇଡ୍ ଭଳି ଅନେକ ପ୍ରସଙ୍ଗ ଉଠିଛି। ଅନେକ ପ୍ରସଙ୍ଗରେ ବିଜେପି ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛି। ମୋଦୀ ଫ୍ୟାକ୍ଟର୍ ଏବଂ ବିକାଶ ପ୍ରସଙ୍ଗ ୨୦୨୪ରେ ଆମ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମୋଦୀ ଫ୍ୟାକ୍ଟର୍ କାମ କରିବ।”

କଂଗ୍ରେସକୁ ଟା‌ର୍ଗେଟ କରି ସେ କହିଥିଲେ, “ସାଂସଦ ମଣିକମ ଟାଗୋର ହାଇକମାଣ୍ଡ ଶବ୍ଦ ବ୍ୟବହାର କରନ୍ତି। କିନ୍ତୁ ମୁଁ ଗର୍ବର ସହିତ ମୋଦୀଜୀଙ୍କୁ କାର୍ଯ୍ୟକର୍ତ୍ତା ବୋଲି କହିପାରିବି। କଂଗ୍ରେସର ସଂସ୍କୃତି ହେତୁ ତାମିଲନାଡୁରେ ଜାତୀୟ ଦଳଗୁଡିକର ଭାବମୂର୍ତ୍ତି ଖରାପ ହୋଇଛି। ତାଙ୍କ ନେତା ରାହୁଲ ଗାନ୍ଧୀଜୀ ନିଜେ ବେରୋଜଗାର, ଏହାର ଅର୍ଥ ନୁହେଁ ଯେ ଦେଶର ଯୁବପିଢ଼ି ବେରୋଜଗାର ଅଛନ୍ତି।”

କର୍ଣ୍ଣାଟକରେ ବିଜେପି ହାରିବା ପ୍ରସଙ୍ଗରେ ପଚରାଯିବାରୁ ଅନ୍ନାମଲାଇ କହିଥିଲେ, “କର୍ଣ୍ଣାଟକ ନିର୍ବାଚନରେ ବିଜେପି ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି। ଆମେ ଆମର ଭୋଟ୍ ଅଂଶଧନ ବଜାୟ ରଖିଛୁ। ପଣ୍ଡିଚେରୀରେ ଆମେ ନିଜର ପରିଚୟ ସୃଷ୍ଟି କରିଛୁ ଏବଂ ବିଜେପି ମିଳିତ ସରକାରର ଏକ ଅଂଶ ହୋଇରହିଛି। ଆଗାମୀ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନକ କରି।”

ସମ୍ବନ୍ଧିତ ଖବର