ଦେଶର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ମୁୁକୁନ୍ଦ ନରଭାଣେ

ନୂଆଦିଲ୍ଲୀ: ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି(ମଙ୍ଗଳବାର) ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ମୁୁକୁନ୍ଦ ନରଭାଣେ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦୀର୍ଘ ତିନି ବର୍ଷ ଧରି ସେନାମୁଖ୍ୟ ଭାବେ ଦାୟିତ୍ବ ତୁଲାଇ ଆସୁଥିବା ବିପିନ ରାୱତ ପଦରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ନରଭାଣେଙ୍କୁ ନିଯୁକ୍ତ କରାଯାଇଛି।

ଭାରତୀୟ ସେନାର ବିପିନ ରାୱତ ସେନାଧ୍ୟକ୍ଷ ଥିବା ବେଳେ ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଥିଲେ ମନୋଜ ମୁୁକୁନ୍ଦ। ନିଜର ୩୭ ବର୍ଷର ସାମରିକ ସେବାରେ ଲେପ୍ଟନାଣ୍ଟ ଜେନେରାଲ ନାରାଭାଣେ ବିଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟକରିଛନ୍ତି । ଏହା ମଧ୍ୟରେ ସେ ଆତଙ୍କବାଦୀ ଅଧ୍ୟୁଷିତ ଜମ୍ମୁ-କଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ କାର୍ଯ୍ୟ କରିଛନ୍ତି ।

ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତ ନରଭାଣେଙ୍କୁ ନିଜର ଦାୟିତ୍ବ ସମର୍ପଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାବ୍ୟତୀତ ନରଭାଣେଙ୍କୁ ଜଣେ ସକ୍ଷମ ଅଧିକାରୀ ବୋଲି କହି ବିପିନ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

 

ସମ୍ବନ୍ଧିତ ଖବର