ଅଗରତାଲା: ତ୍ରିପୁରା ନିର୍ବାଚନରେ ବାମଦଳ (ସିପିଏମ୍) ପରାସ୍ତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ମାଣିକ ସରକାର ରାଜ୍ୟପାଳ ତଥାଗତ ରୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ନୂତନ ସରକାର ଶପଥ ଗ୍ରହଣ ନକରିବା ଯାଏଁ ମାଣିକ ସରକାର ଏହି ଦାୟୀତ୍ୱ ନିର୍ବାହ କରିବେ ବୋଲି ଜଣାପଡ଼ିଛି। ବିଜେପି ମେଣ୍ଟ ଦଳ ତ୍ରିପୁରାରେ ୪୩ଟି ଆସନ ପାଇ ବିଜୟୀ ହେବା ପରେ ୨୫ବର୍ଷର ସିପିଏମ୍ ସରକାରଙ୍କ ଅନ୍ତ ଘଟିଛି। ବିକାଶ ଓ ସାମଜର ମୁକ୍ୟ ସ୍ରୋତଠାରୁ ବହୁଦୂରରେ ଥିବା ତ୍ରିପୁରାବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇ ବିଜେପି ଏହି ନିର୍ବାଚନରେ ଜିରୋ ରୁ ହିରୋ ହୋଇପାରିଛି। ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଯଦିଓ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ ତଥାପି ଏହି ପଦ ପାଇଁ ରାଜ୍ୟ ବିଜେପି ସଭାପତି ବିପ୍ଳବ ଦେବଙ୍କୁ ବଛା ଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେପଟେ ସରକାର କ୍ଷମତାକୁ ନଆସୁଣୁ ବିଜେପିର ମେଣ୍ଟ ଦଳ ଆଇପିଏଫ୍ଟି ଆଦିବାସୀ ବହୁଳ ତ୍ରିପୁରାରେ ସ୍ୱତନ୍ତ୍ର ରାଜ୍ୟର ଦାବି କରିଛି।
ତ୍ରିପୁରା: ଇସ୍ତଫା ଦେଲେ ମାଣିକ ସରକାର
/sambad/media/post_attachments/wp-content/uploads/2018/03/manik-sarkar_650x400_51449925757.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)