ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥାଇ ମୁକୁଳିଗଲେ ୭ ଅଭିଯୁକ୍ତ: ବୀରତା ପୁରସ୍କାର ଫେରାଇ ଦେଲେ ଏହି ମହିଳା ପୁଲିସ ଅଧିକାରୀ

ଇମ୍ଫାଲ: ମଣିପୁରର ଅତିରିକ୍ତ ପୁଲିସ ଅଧିକାରୀ(ଏଏସ୍ପି) ଥୋନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାରେ କୋର୍ଟଙ୍କ ରାୟ ପରେ ନିଜର ମୁଖ୍ୟମନ୍ତ୍ରୀ ବୀରତା ପୁରସ୍କାର ଫେରାଇ ଦେଇଥିବା ଜଣାପଡ଼ିଛି। ବୃନ୍ଦାଙ୍କୁ ମାଦକ ପଦାର୍ଥ ବିରୋଧରେ ରାଜ୍ୟ ସରକାରଙ୍କ ଲଢ଼େଇରେ ବଡ଼ ଯୋଗଦାନ ଥିବାରୁ ସ୍ବାଧୀନତା ଦିବସ ଅବସରରେ ୨୦୧୩ ଅଗଷ୍ଟ ୧୩ରେ ମୁଖ୍ୟମନ୍ତ୍ରୀ ପୁଲିସ ବୀରତା ପୁରସ୍କାର ମିଳିଥିଲା।

Manipur ASP returns Chief Minister's Gallantry Medal as court deems his drugs probe 'unsatisfactory'
ସୂଚନାଯୋଗ୍ୟ, ଏହି ଡ୍ରଗ୍ସ ମାମଲା ୭ଜଣଙ୍କ ବିରୋଧରେ ହୋଇଥିଲା। ତେବେ ଉକ୍ତ ପୁଲିସ ଅଧିକାରୀ ଏହି ମାମଲାର ଯାଞ୍ଚ କରିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବୀରତା ପୁରସ୍କାର ଦିଆଯାଇଥିଲା। କିନ୍ତୁ କୋର୍ଟ ଏହି ସମସ୍ତ ଅପରାଧୀଙ୍କୁ ଦୋଷ ମୁକ୍ତ କରି ମୁକୁଳାଇ ଦେଇଛନ୍ତି। ଏହାକୁ ନେଇ ମଣିପୁରର ଅତିରିକ୍ତ ପୁଲିସ ଅଧିକାରୀ(ଏଏସପି) ଥୋନାଓଜମ ବୃନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଚିଠି ଲେଖି ସେ ପାଇଥିବା ମୁଖ୍ୟମନ୍ତ୍ରୀ ବୀରତା ପୁରସ୍କାରକୁ ଫେରାଇ ଦେଇଛନ୍ତି। କାରଣ କୋର୍ଟ ନେଇଥିବା ରାୟରେ ସେ ସନ୍ତୁଷ୍ଟ ନାହାନ୍ତି।

ବୃନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଯେ ମୋତେ ନୈତିକତା ଭାବେ ଅନୁଭବ ହେଉଛି କି ମୁଁ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀ ଅନୁଯାୟୀ ମୋର କର୍ତ୍ତବ୍ୟ ପାଳନ କରି ନାହିଁ। ତେଣୁ ମୁଁ ନିଜକୁ ଏହି ସମ୍ମାନର ଯୋଗ୍ୟ ବୋଲି ଭାବୁ ନାହିଁ। ତେଣୁ ରାଜ୍ୟର ଗୃହ ବିଭାଗକୁ ଏହି ମେଡାଲ ଫେରସ୍ତ କରୁଛି। କାରଣ ଅଧିକ ଯୋଗ୍ୟ ଓ ସଚ୍ଚୋଟ ପୁଲିସ ଅଧିକାରୀଙ୍କୁ ଏହି ମେଡାଲ ପ୍ରଦାନ କରାଯାଇ ପାରିବ।

ସମ୍ବନ୍ଧିତ ଖବର