ଗୋହ୍ଵାଟୀ:: ଦେଶରେ ଭିଭିିଆଇପି କଲଚରକୁ ନେଇ ଚାରିଆଡେ ଆଲୋଚନା ହୋଇଥାଏ। କେହି କେହି ନିଜକୁ ଭିଭିଆଇପି କହିବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଏହି କ୍ରମରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କୁ ଟିକେ ଭିନ୍ନ ବୋଲି ଦେଖିବାକୁ ମିଳିଛି। ସେ ନିକଟରେ ଏଭଳି ଏକ କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି।
/sambad/media/post_attachments/wp-content/uploads/2018/01/62588089-300x225.jpg)
ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ ଗୋହ୍ଵାଟୀ ବିମାନବନ୍ଦରରେ ଏକ ରୋଗୀ ଅନ୍ତସତ୍ତ୍ୱା ମହିଳାଙ୍କ ପାଇଁ ନିଜ ଭିଭିିଆଇପି ଲାଉଞ୍ଜ ଛାଡ଼ି ଦେଇ ବାକି ଯାତ୍ରୀଙ୍କ ସହିତ କମନ େଓ୍ଵଟିଂ ଏରିୟାରେ ଅପେକ୍ଷା କରି ରହିଥିଲେ। ନୂଆଦିଲ୍ଲୀରୁ ଇଫାଲ ଯାଉଥିବା ସମୟ ବିରେନ୍ଙ୍କ ବିମନେରେ ଏକ ପକ୍ଷୀ ଧକ୍କା ଖାଇଥିଲା। ଏହାପରେ ସେ ଗୋହ୍ଵାଟି ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ। ତାଙ୍କ ବିମାନ ଗୋହ୍ଵାଟିରେ ଓହ୍ଲାଇ ଥିଲା, କିନ୍ତୁ ଉଡାଣ ଭରିବାସ୍ଥିତିରେ ନଥିଲା। କିଛି ବିକଳ୍ପ କରିବା ଭିତରେ ମୁଖ୍ୟମନ୍ତ୍ରୀ ବିରେନ୍ଙ୍କୁ ଭିଭିିଆଇପି ଲାଉଞ୍ଜରେ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହି ସମୟରେ ବିରେନ୍ଙ୍କ ଜଣେ କର୍ମଚାରୀ ଇଫାଲ ଯାଉଥିବା ଜଣେ ଯାତ୍ରୀଙ୍କ ଅସୁବିଧା ସମ୍ପର୍କରେ କହିଥିଲେ।
ମୁଖ୍ୟମନ୍ତ୍ରୀ ବିରେନ୍ କହନ୍ତି, କର୍ମଚାରୀଙ୍କଠାରୁ ଏହି କଥା ଶୁଣିବା ପରେ ମୁଁ ତଳକୁ ଆସି ଦେଖିଲା ବେଳକୁ ଜଣେ ଅନ୍ତସତ୍ତ୍ୱା ମହିଳା ଚଟାଣରେ ଆଣ୍ଠେଇ ବସିଥିଲେ। କାରଣ ସେ ସାମାନ୍ୟ ଚୌକିରେ ବସିବା ଅବସ୍ଥାରେ ନଥିଲେ। ଏୟାରଲାଇନ୍ସ ଅଥରିଟି ଏହି ମହିଳାଙ୍କ ପାଇଁ କିଛି ଅଲଗା ବ୍ୟବସ୍ଥା କରି ନଥିଲେ। ଏହାପରେ ମହିଳାଙ୍କ ପରିବାର ଓ କର୍ମଚାରୀଙ୍କ ସହିତ କଥା ହେବା ଅନ୍ତସତ୍ତ୍ୱା ମହିଳାଙ୍କୁ ଭିଭିଆଇପି ଲାଉଞ୍ଜରେ ବିଶ୍ରାମ ନେବା ପାଇଁ କହିଥିଲି। ଉକ୍ତ ଅନ୍ତସତ୍ତ୍ୱା ମହିଳା ଆଇବିଏଫ ପେଗନେଣ୍ଟସିରେ ଥିଲେ ଓ ଡାକ୍ତର ତାଙ୍କୁ ଆରମ କରିବାକୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/9-15.jpg)