ମଣିପୁରରେ ଏବେ ପ୍ରତି ଶନିବାର ପିଲାଙ୍କୁ ସ୍କୁଲ ବ୍ୟାଗ୍ ନେଇ ଯିବାକୁ ପଡ଼ିବ ନାହିଁ

ଇଂଫାଲ: ବିଶ୍ୱର ଦ୍ରୁତତଗତିରେ ପରିବର୍ତ୍ତନ ହେଉଛି । ଏଣୁ ସମାଜ ବି ସେଭଳି ବଦଳୁଛି। ତେଣୁ ଆମେ ପିଲାମାନଙ୍କୁ କିଛି ମାତ୍ରାରେ ସ୍ୱାଧୀନ ଦେବା ଦରକାର ଅଛି ।ଏହା କହିଛନ୍ତି ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ। ଏବେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ପ୍ରତି ଶନିବାରକୁ ନୋ ସ୍କୁଲ ବ୍ୟାଗ୍ ଡେ ଭାବେ ଘୋଷଣା କରିଛନ୍ତି।ଏହି ନୂଆ ନିୟମ ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଶନିବାର ଦିନ ସ୍କୁଲକୁ ସ୍କୁଲ ବ୍ୟାଗ ନେଇ ଆଉ ଆସିବେ ନାହିଁ ବୋଲି ଜଣାଯାଇଛି।


ସୂଚନାଯୋଗ୍ୟ ଗତ ସପ୍ତାହରେ ମଣିପୁର ସରକାର ଘୋଷଣା କରିଥିଲେ ଯେ, ପ୍ରତି କାର୍ଯ୍ୟଦିବସ ଶନିବାର ‘ନୋ ସ୍କୁଲ ବ୍ୟାଗ ଡେ’ ଘୋଷଣା କରିଥିଲେ । ଏହା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ । ଶନିବାର ଦିନ ପିଲାମାନେ ସ୍କୁଲକୁ ବ୍ୟାଗ ଆଣିବେ ନାହିଁ । ଏହି ଦିନଗୁଡ଼ିକରେ ବିଦ୍ୟାଳୟରେ ଅନ୍ୟାନ୍ୟ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ଶନିବାର ଦିନ ପାଠପଢ଼ା ବ୍ୟତୀତ କ୍ରୀଡ଼ା ଓ ଅନ୍ୟ ବିଷୟରେ ଶିକ୍ଷା ଓ ତାଲିମ ଦିଆଯିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର