ମଣିପୁରରେ ବିଜେପି ଆଗରେ: ଜିତିଲେ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ

ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଭାରତୀୟ ଜନତା ପାର୍ଟି୨୯ଟି ଆସନରେ ଆଗୁଆ ରହିଛି। ନ୍ୟାସନାଲ ପିପୁଲ୍ସ ପାର୍ଟି ନଅଟି ଆସନରେ ଆଗୁଆ ରହି ପଛରେ ରହିଛି। ଅପରପକ୍ଷରେ କଂଗ୍ରେସ ୧୦ଟି ଆସନରେ ଆଗୁଆ ରହିଛି।
ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ଇମ୍ଫାଲ ପୂର୍ବର ହେଇଙ୍ଗାଙ୍ଗ ଆସନ ଜିତିଛନ୍ତି। ଥୋବାଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ ଆଗୁଆ ରହିଛନ୍ତି।
ମଣିପୁରରେ ୬୦ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଏକ ଦଳ କିମ୍ବା ମିଳିତ ଦଳ ୩୧ଟି ଆସନ ଜିତିବା ଆବଶ୍ୟକ।

ସୂଚନାଯୋଗ୍ୟ, ୨୦୧୭ରେ, କଂଗ୍ରେସ ମୋଟ ୬୦ଟି ମଧ୍ୟରୁ ୨୮ଟି ଆସନ ଜିତି ଏକକ ବୃହତ ଦଳ ହୋଇଥିବା ବେଳେ ଏହା ଏଥର ୩୧ର ଯାଦୁ ସଂଖ୍ୟାରେ ପହଞ୍ଚି ନାହିଁ।ତେଣେ ଚାରିଟି ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ବିଧାୟକ, ଚାରି ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ବିଧାୟକ,  ଟିଏମସି ଏବଂ ଲୋକ ଜନଶକ୍ତ ପାର୍ଟି (ଏଲଜେପି)ର ବିଧାୟକଙ୍କ ସମର୍ଥନରେ ବିଜେପି ୨୧ଟି ଆସନ ଜିତିବା ସହ ସରକାର ଗଠନ କରିଥିଲା।

ସମ୍ବନ୍ଧିତ ଖବର