ଇମ୍ଫାଲ : ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜ୍ୟପାଳ ଅଜୟ ଭଲ୍ଲା ଗୁରୁବାର ଦଙ୍ଗାକାରୀଙ୍କୁ ଅଲଟିମେଟମ ଦେଇଛନ୍ତି। ୭ ଦିନ ମଧ୍ୟରେ ଲୁଟ୍ ଓ ବେଆଇନ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ ସେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ଚେତାବନୀ ଦେଇଛନ୍ତି।
୨୦୨୩ ମେ' ମାସରୁ ମଣିପୁରରେ ହିଂସା ଜାରି ରହିଛି। ଦୀର୍ଘ ଦିନ ଧରି ହିଂସାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ନିକଟରେ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
୨୦୨୩ ମେ' ମାସରୁ ମଣିପୁରରେ ହିଂସା ଜାରି ରହିଛି। ଦୀର୍ଘ ଦିନ ଧରି ହିଂସାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ନିକଟରେ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
ମଣିପୁର ରାଜ୍ୟପାଳ ଏକ ବିବୃତି ଜାରି କରି କହିଛନ୍ତି ଯେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ପ୍ରଭାବିତ କରୁଥିବା ଦୁର୍ଭାଗ୍ୟଜନକ ଘଟଣା ଗତ ୨୦ ମାସ ଧରି ଉଭୟ ଉପତ୍ୟକା ଏବଂ ପାହାଡ଼ରେ ମଣିପୁରବାସୀଙ୍କ ପାଇଁ ଘୋର ଅସୁବିଧା ସୃଷ୍ଟି କରିଛି। ମୁଁ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ, ବିଶେଷକରି ଉପତ୍ୟକା ଏବଂ ପାହାଡ଼ର ଯୁବକମାନଙ୍କୁ ନିବେଦନ କରୁଛି ଯେ ସେମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ଆସନ୍ତା ୭ ଦିନ ମଧ୍ୟରେ ନିକଟସ୍ଥ ଥାନା କିମ୍ବା ଆଉଟପୋଷ୍ଟ କିମ୍ବା ସୁରକ୍ଷା ବାହିନୀ କ୍ୟାମ୍ପରେ ଲୁଟ୍ ଓ ବେଆଇନ ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମର୍ପଣ କରନ୍ତୁ।
ମଣିପୁର ରାଜ୍ୟପାଳ କହିଛନ୍ତି, ମୁଁ ଆପଣଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏଭଳି ଅସ୍ତ୍ରଶସ୍ତ୍ର ଫେରାଇ ଦିଆଯାଏ ତେବେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ପରେ ଯଦି କାହା ଉପରେ ଏଭଳି ଅସ୍ତ୍ରଶସ୍ତ୍ର ମିଳେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/20/EBnKpMwC8cdi08aTEwBm.jpeg)