ମଣିପୁରରେ ହେଲ୍ମେଟ ନ ପିନ୍ଧିଥିବା ଲୋକଙ୍କୁ ଅଟକାଇ ମିଠା ବାଣ୍ଟିଲେ ଟ୍ରାଫିକ ପୁଲିସ
ମଣିପୁର : ମଣିପୁରରେ ଥିବା ଚୁରାଚନ୍ଦପୁରର ଟ୍ରାଫିକ ପୁଲିସ ଲୋକମାନଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ବୁଝାଇବା ପାଇଁ ଏକ ଭିନ୍ନ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁମାନେ ବିନା ହେଲ୍ମେଟରେ ଗାଡ଼ି ଚଳାଉଥିବାର ଟ୍ରାଫିକ ପୁଲିସ ଦେଖୁଛନ୍ତି, ସେମାନଙ୍କୁ ହେଲ୍ମେଟ୍ ଓ ଚକୋଲେଟ ଦେଉଛନ୍ତି । ତେବେ ଏଭଳି କରିବା ପଛର କାରଣ ମଧ୍ୟ ଜଣାଇଛନ୍ତି ଏସ୍ପି ଅମୃତା ସିଂହ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ଅନୁଯାୟୀ, ରାସ୍ତାରେ ବିନା ହେଲ୍ମେଟରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଅଟକାଇ ସେମାନଙ୍କୁ ଚକୋଲେଟ ଓ ମିଠା ଦେଇଥିଲୁ । ସେମାନଙ୍କ ଚାଲାଣ ନ କାଟି ହେଲ୍ମେଟ୍ର ମହତ୍ତ୍ୱ ବିଷୟରେ ବୁଝାଇଥିଲୁ । ଏବେ ଲୋକାମାନେ ମଧ୍ୟ ଆମ କଥା ବୁଝିବା ସହ ସମର୍ଥନ କରିବା ଆରମ୍ଭ କରିଛନ୍ତି । ପ୍ରଥମ ଥର ସେମାନଙ୍କୁ ଏହି ଉପାୟରେ ବୁଝାଯାଉଥିବା ବେଳେ ନ ମାନିଲେ ଦ୍ୱିତୀୟ ଥର କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ପି ଅମୃତା ସିଂହ । ସୂଚନା ମୁତାବକ, ସେପ୍ଟେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ା କଡ଼ି କରାଯିବା ସହ ଜରିମାନାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ନିୟମ ପରିବର୍ତ୍ତନ ସହ ଲୋକେ ମଧ୍ୟ ବଦଳିବେ ବୋଲି ଆଶା କରାଯାଉଛି ।