ଇମ୍ପାଲ : ମଣିପୁରରେ ରବିବାର ପୁଣି ହିଂସାକାଣ୍ଡ ଦେଖାଦେଇଛି । ଏହି ଦୁଇଟି ଘଟଣାରେ ସମୁଦାୟ ୫ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମ ଏନକାଉଣ୍ଟର ଓ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା । ମଣିପୁରର ତେଙ୍ଗନୁପାଲ ଜିଲ୍ଲାରେ ୟୁନାଇଟେଡ୍ କୁକି ଲିବରେସନ ଫ୍ରଣ୍ଟ (ୟୁକେଏଲଏଫ) ଆତଙ୍କବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୟୁକେଏଲଏଫ ଆତଙ୍କବାଦୀ ଏବଂ ୩ ଜଣ ଗ୍ରାମସ୍ୱେଚ୍ଛାସେବୀ ଅଛନ୍ତି। ସମସ୍ତ ମୃତକ ଗୋଟିଏ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।

Advertisment

ଏହି ଘଟଣା ପରେ କୁକି ସମ୍ପ୍ରଦାୟର ଲୋକମାନେ ନିଜ ସମ୍ପ୍ରଦାୟର ସଦସ୍ୟଙ୍କ ମୃତ୍ୟୁରେ କ୍ଷୁବ୍ଧ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁକି ସମ୍ପ୍ରଦାୟର ସମର୍ଥକମାନେ ୟୁକେଏଲଏଫ ସଭାପତି ଏସଏସ ହାଓକିପଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ କହିଛି ଯେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ, ଯଦିଓ ପୁଲିସ କହିଛି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ସେପଟେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସାଇକୁଲର ପୂର୍ବତନ ବିଧାୟକ ୟାମାଥୋଙ୍ଗ ହାଓକିପଙ୍କ ପତ୍ନୀ ଚାରୁବାଲା ହାଓକିପଙ୍କ ମୃତ୍ୟୁ ଘଟିଛି। ମେଇତେଇ ସମ୍ପ୍ରଦାୟର ସଦସ୍ୟା ଚାରୁବାଲା ହାଓକିପ୍ (୫୯) କୁକି-ଜୋମି ଅଧ୍ୟୁଷିତ କାଙ୍ଗପୋକ୍ପି ଜିଲ୍ଲାର ଏକାଉ ମୁଲାମରେ ରହୁଥିଲେ।