ଆପ୍‌ ବିଧାୟକଙ୍କ ବିସ୍ଫୋରକ ବୟାନ : ଟିକଟ ପାଇଁ ସିସୋଦିଆ ୧୦ କୋଟି ଦାବି କରଥିଲେ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଗତକାଲି ଆପ୍‌ ପକ୍ଷରୁ ପ୍ରାର୍ଥୀ ତାଲିକା‌ ଘୋଷଣା କରାଯାଇଥିଲା। ଆଜି ଜଣେ ଆପ୍‌ ବିଧାୟକ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋ‌ଦିଆଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ବଦରପୁର ବିଧାୟକ ଏନ୍‌ଡି ଶର୍ମା ଅଭିଯୋଗ କରିଛନ୍ତି ଯେ ଆପ୍‌ ନିର୍ବାଚନ ପାଇଁ ଟିକଟ ବିକୁଛି ଏବଂ ଏଥି ପାଇଁ ସିସୋଦିଆ ତାଙ୍କଠାରୁ ୧୦ କୋଟି ଟଙ୍କା ଦାବି କରିଥିଲେ ବୋଲି ସେ କହିଛନ୍ତି। ଦିଲ୍ଲୀର ବଦରପୁର ଆସନରୁ ଏଥର ଏନ୍‌ଡି ଶର୍ମାଙ୍କୁ ଟିକେଟ୍‌ ମିଳି ନାହିଁ। ତାଙ୍କ ବଦଳରେ ରାମ ସିଂହଙ୍କୁ ଟିକେଟ ମିଳିଛି। ଶର୍ମାଙ୍କ ଅଭିଯୋଗ ଅନୁଯାୟୀ ସିସୋଦିଆ ତାଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ ଏବଂ କହିଥିଲେ ଯେ ରାମ ସିଂହ ବଦରପୁର ନିର୍ବାଚନମଣ୍ଡଳୀ ଟିକେଟ୍‌ ପାଇଁ ୨୦-୨୧ କୋଟି ଟଙ୍କା ଦେବାକୁ ଚାହୁଛନ୍ତି। ତେବେ ସିସୋଦିଆ ଶର୍ମାଙ୍କୁ ଟିକେଟ୍‌ ପାଇଁ ୧୦ କୋଟି ଦେବାକୁ କହିଥିଲେ କିନ୍ତୁ ଶର୍ମା ଏଥିରେ ରାଜି ହୋଇନଥିବା କହିଛନ୍ତି।

ସମ୍ବନ୍ଧିତ ଖବର