ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଆପ୍‌ ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ଏକ ଅଦାଲତ ତାଙ୍କ ଝଆରୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

Advertisment

ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଚାଲିଥିବା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ସ୍ୱତନ୍ତ୍ର ବିଚାରପତି ଏମ୍‌ କେ ନାଗପାଲ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଜାମିନ ପ୍ରଦାନ କରିଛନ୍ତି।
ସଂପ୍ରତି ରଦ୍ଦ ହୋଇ ଯାଇଥିବା ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରଣୟନ ଓ କାର୍ଯ୍ୟକାରିତାରେ ଦୁର୍ନୀତି ଅଭିଯୋଗରେ ସିବିଆଇ ୨୦୨୩ ଫେବ୍ରୁଆରି ୨୬ରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା।

ସିବିଆଇ ତାଙ୍କୁ ଗିରଫ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ମାର୍ଚ୍ଚ ୯ ତାରିଖରେ ତିହାର ଜେଲରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା।