ସିଦ୍ଧୁଙ୍କ ଇସ୍ତଫା ପରେ ମନୀଷ ତିୱାରୀଙ୍କ କଟାକ୍ଷ; କହିଲେ ପଞ୍ଜାବ କନ୍ଦଳ ନେଇ ପାକିସ୍ତାନ ଖୁସି

ଚଣ୍ଡୀଗଡ଼: ପଞ୍ଜାବରେ ଚାଲିଥିବା କଂଗ୍ରେସ ସଙ୍କଟ ଶେଷ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ମନୀଷ ତିୱାରୀ ପଞ୍ଜାବର ବର୍ତ୍ତମାନର ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ନବଜୋତ ସିଂ ସିଦ୍ଧୁଙ୍କ ନାମ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନଙ୍କୁ ପଞ୍ଜାବ ସମସ୍ୟାର ସମାଧାନ କରିବାର ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କୁ ପଞ୍ଜାବ ବିଷୟରେ କିଛି ଜଣା ନ‌ାହିଁ।

Punjab Congress crisis: Border state deserves better, says MP Manish Tiwari  - Hindustan Times
Hindustan Times

ସେ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ପଞ୍ଜାବରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଯଦି ପଞ୍ଜାବର ଅସ୍ଥିରତାକୁ ନେଇ କେହି ଖୁସି ଅଛନ୍ତି, ତେବେ ସେ ହେଉଛି ପାକିସ୍ତାନ । ସେମାନେ ଅନୁଭବ କରୁଛନ୍ତି ଯେ ଯଦି ପଞ୍ଜାବରେ ରାଜନୈତିକ ଅସ୍ଥିରତା ବଢ଼େ, ତେବେ ସେମାନେ ସେମାନଙ୍କର ଯୋଜନା କାର୍ଯ୍ୟକାରୀ କରିବାକୁ ଆଉ ଏକ ସୁଯୋଗ ପାଇବେ। ଏକ ବର୍ଷ ଧରି ପଞ୍ଜାବର କୃଷକମାନେ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ରାସ୍ତାରେ ବସିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବବାସୀଙ୍କ କଲ୍ୟାଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଥିଲା। କିନ୍ତୁ ନେତା କାହାକୁ କେଉଁ ପଦ ମିଳିଲା ଏବଂ କାହିଁକି ମିଳିଲା ସେ ଦିଗ ପ୍ରତି ଅଧିକ ଧ୍ୟାନ ଦେଲେ।

 

 

ସମ୍ବନ୍ଧିତ ଖବର