୨୦୦୩ରେ ମନମୋହନ ସିଂହ ସିଏଏ ଦାବି କରିଥିଲେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୩ରେ ‘ନାଗରିକତା ସଂଶୋଧନ ଆଇନ୍‌’ (ସିଏଏ) ପାଇଁ ଦାବି କରିଥିଲେ। ଆଜି ବି‌ଜେପି ୨୦୦୩ର ରାଜ୍ୟସଭା ଭାଷର ଏକ ପୁରୁଣା ଭିଡିଓ ଫୁଟେଜ୍‌ ଜାରି କରି କଂଗ୍ରେସର ଦୋମୁହାଁ ନୀତିର ସମାଲୋଚନା କରିଛି। ୨୦୦୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌ ସପକ୍ଷରେ ଦୃଢ଼ ଯୁକ୍ତି ରଖିଥିଲେ ବୋଲି ବିଜେପି ଟ୍ବିଟ୍‌ କରିଛି। ସେତେବେଳେ ମନମୋହନ ସିଂ ବିରୋଧୀ ଦଳ ନେତା ଥିଲାବେଳେ ଏଭଳି ଦାବି ଜଣାଇଥିଲେ। ‌ତେବେ ବର୍ତ୍ତମାନ କଂଗ୍ରେସ ଏହି ଆଇନ୍‌କୁ ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର