କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ମନମୋହନ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ହେବାର ପ୍ରାୟ ସପ୍ତାହେ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ମନମୋହନ କହିଛନ୍ତି, ଧାରା ୩୭୦ ଉଚ୍ଛେଦକୁ ଦେଶରେ ଅନେକ ଲୋକ ନାପସନ୍ଦ କରିଛନ୍ତି। ସରକାର ଜମ୍ମୁ କଶ୍ମୀର ଲୋକଙ୍କ କଥା‌ ଶୁଣିବା ଉଚିତ୍‌। ଅନ୍ୟପକ୍ଷେ ଭାରତ ଏବେ ଅତି ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ବୋଲି ମନମୋହନ ମତବ୍ୟକ୍ତ କରିଛନ୍ତି। ଏବେ ସମଭାବାପନ୍ନ ଲୋକଙ୍କ ସହଯୋଗ ଦରକାର।

ସମ୍ବନ୍ଧିତ ଖବର