ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା କଂଗ୍ରେସର ତିନି ଦିନିଆ ମହାଅଧିବେଶନର ଆଜି ତୃତୀୟ ତଥା ଅନ୍ତିମ ଦିନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ତୀବ୍ର ସମାଲୋଚନା କରି ମନମୋହନ କହିଛନ୍ତି, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ବରବାଦ କରିଦେଇଛି। ୨୦୧୪ ନିର୍ବାଚନ ପ୍ରଚାର କାଳରେ ମୋଦି ‘ଅଚ୍ଛେଦିନ’ର ନାରା ଦେଇ ଦେଶବାସୀଙ୍କୁ ବହୁ ବଡ ବଡ ପ୍ରତିଶ୍ରୃତି ଦେବା ସହ ଅନେକ ଆଶା ଦେଖାଇଥିଲେ। ହେଲେ, ବାସ୍ତବ କ୍ଷେତ୍ରରେ ଗୋଟିଏ ବି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇପାରି ନାହାନ୍ତି ମୋଦି। ଦେଶବାସୀଙ୍କୁ ମନେ ପକାଇ ଦେଇ ମନମୋହନ କହିଛନ୍ତି, ମୋଦି ୨କୋଟି ନିଯୁକ୍ତି କଥା କହିଥିଲେ; ହେଲେ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇ ନାହାନ୍ତି। ଅନ୍ୟ ପକ୍ଷରେ ବିମୁଦ୍ରାକରଣ ଓ ଜିଏସଟି ଯୋଗୁଁ ଦେଶରେ ରୋଜଗାର ମାଧ୍ୟମ ସଙ୍କୁଚିତ ହୋଇପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।
ଦଳର ପୂର୍ବତନ ସଭାନେତ୍ରୀ ସୋନିଆ ଗାନ୍ଧୀ, ଶନିବାର ମୋଦି ଓ ବିଜେପି ସରକାର ଉପରେ ପ୍ରବଳ ବର୍ଷିଥିଲେ। ଆଜି ଅଧିବେଶନର ଅନ୍ତିମ ଦିନରେ ଅପରାହ୍ନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମହାଧିବେଶନରେ ଯୋଗ ଦେଇଥିବା ନେତା ଓ କର୍ମୀଙ୍କୁ ଉଦଯାପନୀ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ତିନିଦିନିଆ ମହାଧିବେଶନରେ ଦଳ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ଭାରତୀୟ ଜାତୀୟ କଂଗ୍ରେସର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଦଳର ୮୪ ତମ ମହାଧିବେଶନରେ ଦଳ ଆଗାମୀ ନିର୍ବାଚନ ପାଇଁ ଆଜି ତା’ର ସଂକଳ୍ପ ପାରିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଅଧିବେଶନର ତୃତୀୟ ତଥା ଅନ୍ତିମ ଦିନରେ ସମସ୍ତ ଏଆଇସିସି ସଦସ୍ୟ ଓ ପିସିସି ପ୍ରତିନିଧି ନିଜନିଜ ବିଚାର ଖୋଲାଖୋଲି ଭାବରେ ରଖିବେ। ଏହା ଉପରେ ତର୍ଜମା କରି ଦଳ ଦୁଇଟି ସଂପଳ୍ପ ପାରିତ କରିବ। ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଟିଏ ରାଜନୈତିକ ସଂକଳ୍ପ ଓ ଅନ୍ୟଟି ଚାଷ, ରୋଜଗାର ଓ ଦାରିଦ୍ର୍ୟକୁ ନେଇ କଂଗ୍ରେସ ମହାଧିବେଶନରେ ଦଳ ସଂକଳ୍ପ ନେବ ଏବଂ ଏଥିପାଇଁ କାମ କରିବାକୁ ଦଳର ନେତା ଓ କର୍ମୀଙ୍କୁ ପରାମର୍ଶ ଦିଆଯିବ ବୋଲି ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2018/03/Soniajpeg-300x200.jpg)
ହେବାକୁ ଥିବା ଦଳର ଆଜିର ବୈଠକରେ ନେତାଙ୍କ ବ୍ୟତୀତ କର୍ମୀଙ୍କୁ ମଧ୍ୟ କହିବାର ସୁଯୋଗ ମିଳିବ। ଫଳରେ ଦଳ ନିଜ ଦୋଷ ଦୁର୍ବଳତାକୁ ସମୀକ୍ଷା କରି ଆଗାମୀ ନିର୍ବାଚନରେ ବିଜେପି ସହ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତି କରିବ। ୨୦୧୯ରେ ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ଅନ୍ୟ ସମଭାବାପନ୍ନ ଦଳମାନଙ୍କ ସହ ପ୍ରାକ୍ ନିର୍ବାଚନୀ ମେଣ୍ଟ ସଂପର୍କରେ ମଧ୍ୟ ଦଳ ଏହି ମହାଧିବେଶନରେ କିଛି ଚୂଡାନ୍ତ ନିଷ୍ପତି ନେବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Manmohan-Singh.jpeg)