ନୂଆଦିଲ୍ଲୀ : କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ । ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେ ନେଇ ଡାକ୍ତରମାନେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି । ତେବେ ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେଲା ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ମୁମ୍ବାଇକୁ ପାର୍ କରି ଦିଲ୍ଲୀରେ ଏବେ ସଂକ୍ରମଣ ଚେନରେ ଆଗକୁ ବଢୁଛି । ଯାହା ଫଳରେ ଦିଲ୍ଲୀରେ ଲକଡାଉନ୍ ଜାରି ହୋଇଛି। ଏହାରି ଭିତରେ ଦିଲ୍ଲୀରେ ରହୁଥିବା ବହୁ ପ୍ରତିଷ୍ଠିତ ରାଜନେତା ଓ ମନ୍ତ୍ରୀ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ତେବେ ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଦେଶର କୋଭିଡ୍ ସ୍ଥିତି ନେଇ ମନମୋହନ ସିଂ ପ୍ରଧାନମନ୍ତ୍ରୀଙ୍କୁ କିଛି ଉପଦେଶ ଦେଇଥିଲେ । ଯେଉଁଥିରେ ଦେଶ କିପରି କୋଭିଡ୍ ସହ ମୁକାବିଲା କରିବ ସେ ନେଇ ମତ ଦେଇଥିଲେ । ହେଲେ ସେ ଆଜି ନିଜେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।