ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୁଣି ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାଜସ୍ଥାନରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମନମୋହନ ସିଂଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଆସନ୍ତା ୧୩ ତାରିଖରେ ଜୟପୁର ଯାଇ ମନମୋହନ ସିଂ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ । ରାଜସ୍ଥାନରେ କଂଗ୍ରେସ ସରକାର ଥିବାରୁ ମନମୋହନ ସିଂ ରାଜ୍ୟସଭାକୁ ଯିବା ନିଶ୍ଚିତ ହୋଇଯାଇଛି । ମନମୋହନଙ୍କ ଭଳି ଅଭିଜ୍ଞ ନେତାଙ୍କୁ ରାଜ୍ୟସଭା ପଠାଇ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି ।

ରାଜସ୍ଥାନ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ମଦନ ଲାଲ ସୈନିଙ୍କ ନିଧନ ପରେ ଉପନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂ ଆସାମରୁ ରାଜ୍ୟସଭାକୁ ଆସିଥିଲେ । ତାଙ୍କ କାର୍ଯ୍ୟକାଳ ଗତ ଜୁନ ୧୪ ତାରିଖରେ ଶେଷ ହୋଇଛି । ସେ ୧୯୯୧ ମସିହାରୁ ୨୦୧୯ ଯାଏଁ ରାଜ୍ୟସଭାରେ ସାଂସଦ ରହି ଆସିଛନ୍ତି ।

ସମ୍ବନ୍ଧିତ ଖବର