ନୂଆଦିଲ୍ଲୀ: ଗାନ୍ଧି ପରିବାରର ଉଦାରତାକୁ ବର୍ଣ୍ଣନା କରିବାକୁ ଯାଇ କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ ଆଜି ଏକ ପ୍ରସଙ୍ଗର ଅବତାରଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କୁଆଡ଼େ ସ୍ବାସ୍ଥ୍ୟଗତ ଅସୁବିଧା ଦର୍ଶାଇ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ସେ ଦାବି କରିଛନ୍ତି। ତେବେ ରାହୁଲ ଏହାକୁ ଗ୍ରହଣ ନକରି ଡ. ସିଂ ପୂର୍ବପରି ନିଜ ଦାୟିତ୍ବ ବଜାୟ ରଖି କାର୍ଯ୍ୟକାଳ ପୂରଣ କରିବାକୁ ଅନୁରୋଧ କରିଥିଲେ ବୋଲି ଗୋହିଲ କହିଛନ୍ତି।
ପ୍ରଦୀପ ଚିବର ଓ ହର୍ଷ ଶାହଙ୍କ ରଚିତ 'ଇଣ୍ଡିଆ ଟୁମରୋ: କନ୍ଭର୍ସେସନ୍ ଵିଥ୍ ଦି ନେକ୍ସଟ ଜେନେରେସନ୍ ଅଫ୍ ପଲିଟିକାଲ୍ ଲିଡର୍ସ' ପୁସ୍ତକରେ ଏ ସଂକ୍ରାନ୍ତ ବିଶଦ ବିବରଣୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ସୋନିଆ ୧୯୯୧ରେ ଓ ପରେ ୨୦୦୪ରେ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ। ସେହିପରି ୟୁପିଏ-୨ ସରକାର ଅମଳରେ ରାହୁଲ ମଧ୍ୟ ଡ. ସିଂହଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ। ଏହା ହେଉଛି ଗାନ୍ଧି ପରିବାରର ଉଦାରପଣ ଏବଂ ସେମାନେ କେବେ କ୍ଷମତା ପାଇଁ ଲାଳାୟିତ ନୁହେଁ ବୋଲି ଶ୍ରୀ ଗୋହିଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/fhsfh78s9f7h8s9f7h98sf798hfhsfhhfhfhf.jpg)