ନୂଆଦିଲ୍ଲୀ : ବହୁ କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିଖମାନଙ୍କର ତୀର୍ଥ କ୍ଷେତ୍ର କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଯିବାକୁ ରାଜି ହୋଇଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ନୁହେଁ, ପଞ୍ଜାବ (ଭାରତ) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅନୁରୋଧ ରକ୍ଷା କରି ସେ ସେଠାକୁ ଯିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ସେଠାକୁ ଯିବାକୁ ଥିବା ଶିଖ ପ୍ରତିନିଧିଦଳ (ଜଠା) ର ନେତୃତ୍ୱ କରିବାକୁ ଅମରିନ୍ଦର ସିଂ କିଛିଦିନ ପୂର୍ବରୁ ମନମୋହନଙ୍କୁ ଭେଟି ଅନୁରୋଧ କରିଥିଲେ ।
ଗତ ସପ୍ତାହରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମୋଦୀଙ୍କ ବଦଳରେ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ସେ ଘୋଷଣା କରିଥିଲେ । କିନ୍ତୁ ଏହି ନିମନ୍ତ୍ରଣ ରକ୍ଷା କରିବାକୁ ଡଃ. ସିଂ ସେତେବେଳେ ମନା କରିଦେଇଥିଲେ ।