ମନମୋହନଙ୍କୁ ନେଇ କଂଗ୍ରେସର ବଢୁଛି ଚିନ୍ତା, କେଉଁଠୁ ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସର ବଡ ଚେହେରା ଭାବେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନେଇ ଏବେ ବଢିଛି ଚିନ୍ତା | କାରଣ ପୁଣି ଥରେ ତାଙ୍କୁ ରାଜ୍ୟସଭା ପଠାଇବାକୁ କଂଗ୍ରେସ ଏବେ ଚିନ୍ତା କରୁଛି | ଆସାମରୁ ରାଜ୍ୟସଭା ସାଂସଦ ଥିବା ମନମୋହନଙ୍କର ଜୁନ ୧୫ରେ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି | କୁହାଯାଉଛି ତାମିଲନାଡ଼ୁରୁ ଏଥର ମନମୋହନଙ୍କୁ ପଠାଇବାକୁ କଂଗ୍ରେସ ଯୋଜନା କରୁଛି | ତେଣୁ ସହଯୋଗୀ ଡ଼ିଏମକେ ଠାରୁ ସହଯୋଗ ଆଶା ରଖିଛି କଂଗ୍ରେସ |

ତାମିଲନାଡୁର ୬ଟି ରାଜ୍ୟସଭା ଆସନକୁ ନେଇ ନିର୍ବାଚନ ହେବ | ଏଥିରୁ ତିନିଟି ଆସନ ଡ଼ିଏମକେ ଖାତାକୁ ଯିବ | ଏହାଛଡା ବାକି ୩ଟି ଆସନ କ୍ଷମତାସୀନ ଏଆଇଡିଏମକେ ଖାତାକୁ ଯିବ| ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିଥିବା ଡ଼ିଏମକେ କିନ୍ତୁ ଏହି ପ୍ରସଙ୍ଗରେ ବିଚାର କରୁଛି |

ବଡ କଥା ଗତଥର ଆସାମରୁ ନିର୍ବାଚିତ ହୋଇଥିଲେ ବି ଏଥର କିନ୍ତୁ ଆସାମରୁ ନିର୍ବାଚିତ ହୋଇନପାରନ୍ତି | କାରଣ ଆସାମ ବିଧାନସଭାରେ କଂଗ୍ରେସର ସେହି ସଂଖ୍ୟା ନାହିଁ | ଏହାଛଡା ଗୁଜୁରାଟରେ ଅମିତ ଶାହା ଓ ସ୍ମୃତି ଇରାନୀଙ୍କ ଆସନରେ ବି ନିର୍ବାଚନ ହେବ | କିନ୍ତୁ ଏଠାରେ ମଧ୍ୟ କଂଗ୍ରେସର ଜିତିବାର ଆଶା ନାହିଁ |

ସମ୍ବନ୍ଧିତ ଖବର