ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଣିକି ରାଜ୍ୟସଭାର ପଛ ସିଟ୍ରେ ବସିବେ। ହ୍ବିଲଚେୟାର ଉପରେ ନିର୍ଭର କରୁଥିବା ମନମୋହନଙ୍କ ସୁବିଧା ପାଇଁ ଏବଂ ତାଙ୍କର ସହଜ ଯାତାୟତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଏବଂ ଦିଗବିଜୟ ସିଂହ ଏଣିକି ରାଜ୍ୟସଭାର ଆଗ ଧାଡ଼ିରେ ବସିବେ। ତେବେ ୯୦ ବର୍ଷୀୟ ମନମୋହନ ହ୍ବିଲଚେୟାର ଉପରେ ନିର୍ଭରଶୀଳ ହୋଇଥିବାରୁ ତାଙ୍କ ନିଜ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ଅନ୍ୟପକ୍ଷେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପୂର୍ବପରି ଆଗ ଧାଡ଼ି ଆସନରେ ବସିବେ । ଆଗ ଧାଡ଼ିରେ ବସୁଥିବା ଅନ୍ୟ ବିରୋଧୀ ଦଳ ନେତାମାନେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା (ଜେଡି-ଏସ୍), ସଂଜୟ ସିଂହ (ଆପ୍), ପ୍ରେମ ଚାନ୍ଦ ଗୁପ୍ତା (ଆର୍ଜେଡି), ଡେରେକ ଓବ୍ରାଏନ (ଟିଏମ୍ସି), କେ କେଶବ ରାଓ (ବିଆରଏସ୍) ଏବଂ ତିରୁଚି ଶିବ (ଡିଏମ୍କେ)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/manmohan-singh.jpg)