ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ମନକି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶବାସୀଙ୍କୁ ଓନମର ଶୁଭେଚ୍ଛା ‌ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥି ସହ ଓନମର ମହତ୍ତ୍ବ ବୁଝାଇବା ସହ କରୋନା ମହାମାରୀ ସମୟରେ ଦେଶବାସୀ କିଭଳି ସତର୍କ ରହି ପର୍ବ ପାଳନ କରୁଛନ୍ତି, ସେ ବିଷୟରେ ଆଲୋଚନା କରିଥିଲେ। ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ବଢ଼ାଇବା ଲାଗି ଲୋକାଲ ପାଇଁ ‌ଭୋକାଲ ହେବା ଲାଗି କହିଥିଲେ। ବିଶେଷ କରି ‌ସେ ଖେଳନା ଶିଳ୍ପ ଏବଂ ଦେଶରେ ତିଆରି ହେଉଥିବା ଆପର ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ।

Advertisment

ଆତ୍ମନିର୍ଭରଶୀଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ୭ ଲକ୍ଷ କୋଟି ଟଙ୍କାର ବିଶ୍ୱସ୍ତରୀୟ ଖେଳନା ଶିଳ୍ପରେ ଭାରତର ଭାଗୀଦାରୀ ବହୁତ କମ୍। ଏହି କ୍ଷେତ୍ରରେ ବିକାଶ ଆଣିବା ପାଇଁ ଦେଶରେ ‘ଷ୍ଟାର୍ଟଅପ୍’ମାନଙ୍କୁ ଖେଳନା ତିଆରି କରିବା ପାଇଁ ଏକାଠି ହେବାର ଆବଶ୍ୟକତା ରହିଛି। ଏହା ଦ୍ବାରା ଦେଶ ଖେଳନା ଶିଳ୍ପ ଆଗକୁ ବଢ଼ି ପାରିବ। ବିଦେଶରୁ ଆସୁଥିବା ଖେଳନା ବ୍ୟବହାର କରିବା ପରିବର୍ତ୍ତେ ଦେଶରେ ତିଆରି ହେଉଥିବା ଖେଳନା ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ କରିଥିଲେ।

Tik Tok, Chinese Apps Ban in India, Tik Tok ban india, Ladakh faceoff, chingari app, made in india, vocal for local, Tik Tok ban india update, Chinese Apps Ban in India, digital Prabhat Khabar

ଏହା ସହ ଏଇ କିଛି ମାସ ମଧ୍ୟରେ ଭାରତୀୟମାନେ ତିଆରି କରିଥିବା ଆପ ଉପରେ ମଧ୍ୟ ଆଲୋଚନା କରିଥିଲେ ମୋଦୀ। ସେ କହିଥିଲେ, ଏହି ମାସ ଆରମ୍ଭରେ ଦେଶର ଯୁବକମାନଙ୍କ ଆଗରେ ଏକ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ରଖାଯାଇଥିଲା | ଦେଶର ଯୁବପିଢ଼ି ଅନେକାଂଶରେ ଏହି ଚ୍ୟାଲେଞ୍ଜରେ ଭାଗ ନେଇ ଆପ ତିଆରି କରିଥିଲେ। ସେ ମଧ୍ୟରୁ କୁଟୁକି ଆପ, କୁ ଆପ, ଆସ୍କ ସରକାର ଆପ, ଚିଙ୍ଗାରି ଆପ ଧିରେ ଧିରେ ଲୋକପ୍ରିୟତା ହାସଲ କରୁଛି। ଆପଣମାନେ ମଧ୍ୟ ଦେଶରେ ତିଆରି ହୋଇଥିବା ଏହି ଆପର ବ୍ୟବହାର କରିବା ଆରମ୍ଭ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ବଢ଼ାନ୍ତୁ।

ଏହା ସହ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ମାସକୁ ‘ପୋଷଣ ମାସ’ ଭାବେ ପାଳନ କରାଯିବ ବୋଲି କହିବା ସହ ଶିଶୁମାନଙ୍କ ଲାଗି ପୋଷଣ କେତେ ଜରୁରୀ ସେ ବିଷୟରେ ଆଲୋଚନା କରିଥିଲେ। ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ କେତ‌େ ସୃଜନଶୀଳ କରିବ ସେ ବିଷୟରେ  ଆଲୋଚନା କରିବା ସହ ଭାରତୀୟ ପ୍ରଜାତିର କୁକୁର ଘରେ ପାଳନ ପାଇଁ କହିଥିଲେ ମୋଦୀ। ଦେଶରେ ସୁରକ୍ଷା କାର୍ଯ୍ୟରେ କୁକୁରମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହ ଭାରତୀୟ ସେନାର କୁକୁର ‘ଭିଦା’ ଏବଂ ‘ସୋଫି’ଙ୍କ ବିଷୟରେ କହିଥିଲେ। ଏହା ସହ ପରବର୍ତ୍ତୀ ସମୟରେ ଗୃହପାଳିତ ପଶୁ ଘରକୁ ଆଣିବା ବିଷୟରେ ଚିନ୍ତା କରିବା ସମୟରେ ଭାରତୀୟ ପ୍ରଜାତିର କୁକୁରମାନଙ୍କୁ ଆଣିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ।