ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’ର ୧୧୬ତମ ଅଧ୍ୟାୟରେ ଆଜି ଏନ୍ସିସି ଦିବସର ଶୁଭେଚ୍ଛା ଜଣାଇବା ସହ ଯୁବପିଢ଼ିଙ୍କୁ ରାଜନୀତିକୁ ଆଣିବା ପାଇଁ ନିଜର ଲକ୍ଷ୍ୟ ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ୧ ଲକ୍ଷ ଯୁବକ ଯୁବତୀଙ୍କୁ ରାଜନୀତିକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ମୁଁ ଏଭଳି ଯୁବଗୋଷ୍ଠୀଙ୍କୁ ଲାଲକିଲ୍ଲା ପ୍ରାଚୀରରୁ ରାଜନୀତିରେ ଯୋଗ ଦେବାକୁ ଆହ୍ୱାନ ଦେଇଛି, ଯେଉଁମାନଙ୍କ ପରିବାରର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ। ଏଭଳି ଏକ ଲକ୍ଷ ଯୁବଗୋଷ୍ଠୀଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଦେଶରେ ଅନେକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଆସନ୍ତାବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ। ଏଥର ଏହାକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବ। ଏହି ଅବସରରେ ଜାନୁଆରି ୧୧ ଓ ୧୨ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସମସ୍ତ ରାଜ୍ୟ, ଜିଲ୍ଲା ଓ ଗାଁର ପ୍ରାୟ ୨୦୦୦ ଯୁବକ ଯୁବତୀ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp