ସାଧାରଣ ଜ୍ଞାନ ପ୍ରତିଯୋଗିତା ଜିତିବା ପରେ ପିଲାମାନଙ୍କୁ ଚନ୍ଦ୍ରଯାନ-୨ର ଲାଇଭ୍‌ ଲ୍ୟାଣ୍ଡିଂ ଦେଖିବାର ସୁଯୋଗ ଦିଆଯିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ରବିବାର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜ୍ଞାନ ପ୍ରତି ପିଲାମାନଙ୍କ ଆଗ୍ରହ ବଢ଼ାଇବା ପାଇଁ ସାଧାରଣ ଜ୍ଞାନ ପ୍ରତିଯୋଗିତା କରିବା ବିଷୟରେ ସୂଚନା ଦେଇଛନ୍ତି ମୋଦୀ । ଯିଏ ଏହି ପ୍ରତିଯୋଗିତାରେ ସଫଳ ହେବ, ତାକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ଅନ୍ତରୀକ୍ଷ କେନ୍ଦ୍ରରେ ଚନ୍ଦ୍ରଯାନ-୨ର ଲାଇଭ୍‌ ଲ୍ୟାଣ୍ଡିଂ ଦେଖିବାକୁ ସୁଯୋଗ ମିଳିବ ବୋଲି ମୋଦୀ କହିଛନ୍ତି ।

Zee News

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଦ୍ୟାର୍ଥୀମାନଙ୍କୁ ବିଜ୍ଞାନ ସହ ଜଡ଼ିତ ପ୍ରଶ୍ନ ପଚରାଯିବ । ଯେଉଁଥିରେ ଚନ୍ଦ୍ରଯାନ-୨ସହ ଜଡ଼ିତ ପ୍ରଶ୍ନକୁ ମଧ୍ୟ ସାମିଲ କରାଯିବ । ଯିଏ ପ୍ରତିଯୋଗିତାରେ ସବୁଠାରୁ ଅଧିକ ନମ୍ବର ରଖିବ, ତାକୁ ସେପ୍ଟେମ୍ବର ୭ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ଅନ୍ତରୀକ୍ଷ କେନ୍ଦ୍ରକୁ ଯିବାର ସୁଯୋଗ ମିଳିବ । ଅଗଷ୍ଟ ୧ରେ MyGov ଆପ୍‌ରେ ଏହି ପ୍ରତିଯୋଗିତା ସହ ଜଡ଼ିତ ଅଧିକ ସୂଚନା ଦିଆଯିବ । ଏହି ପ୍ରତିଯୋଗିତାରେ ପ୍ରତି ରାଜ୍ୟରୁ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ର-ଛାତ୍ରୀଙ୍କୁ ଭାରତ ସରକାର ନିଜ ଖର୍ଚ୍ଚରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ଅନ୍ତରୀକ୍ଷ କେନ୍ଦ୍ରକୁ ନେବେ । ସେଠାରେ ସେମାନେ ବଡ଼ ବଡ଼ ବୈଜ୍ଞାନିକମାନଙ୍କ ସହ ଚନ୍ଦ୍ରଯାନ-୨ର ଲାଇଭ୍‌ ଲ୍ୟାଣ୍ଡିଂ ଦେଖି ପାରିବେ ।

ସମ୍ବନ୍ଧିତ ଖବର