ବଦଳିଲା ‘ମନ କି ବାତ’ର ସମୟ, ସକାଳ ୧୧ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ହେବ

ନୂଆଦିଲ୍ଲୀ: ରେଡ଼ିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ‘ମନ କି ବାତ’ ଏଥର ଦିନ ୧୧ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ପ୍ରସାରିତ ହେବ | ଜାନୁୟାରୀ ମାସରେ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ସମୟରେ ପରିବର୍ତ୍ତନ କରାଯାଇଛି | ଏଥର ରବିବାର ଜାନୁୟାରୀ ୨୬ ତାରିଖରେ ପଡୁଥିବାରୁ ସମୟରେ ପରିବର୍ତ୍ତନ କରାଯାଇଛି |

News18.com

ଏଠାରେ ସୂଚନା ଥାଉ କି ଜାନୁୟାରୀ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ମସିହାର ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମରେ ସମୟ ବଦଳିଛି | ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ନିଜ ବ୍ୟସ୍ତମୟ କାର୍ଯ୍ୟକ୍ରମ ଦିନରେ ଥିବାରୁ ସନ୍ଧ୍ୟାରେ ମନ କି ବାତ କାର୍ଯ୍ୟକ୍ରମ ପାଇଁ ମୋଦୀ ନିଷ୍ପତ୍ତି ନେଇଛନ୍ତି |

ଚର୍ଚ୍ଚା ହେଉଛି ଯେ ଏଥର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବାବଦରେ ଉପଦେଶ ଦେଇପାରନ୍ତି | କାରଣ ଫେବୃୟାରୀ ୨୦ ତାରିଖରୁ ପରୀକ୍ଷା ଆରମ୍ଭ ହେଉଛି | ଅବଶ୍ୟ ଏହା ପୂର୍ବରୁ ଜାନୁୟାରୀ ୨୦ରେ ପରୀକ୍ଷା ପର ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ମୋଦୀ କଥା ହୋଇଥିଲେ |

ସମ୍ବନ୍ଧିତ ଖବର