ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଅମୃତପାଲ ସିଂହ ଓ ତାଙ୍କ ସମର୍ଥକଙ୍କ ହିଂସା ପ୍ରସଙ୍ଗରେ ନିରବତା ଭାଙ୍ଗିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ମାମଲାରେ ଚୁପ୍‌ ରହିଛନ୍ତି। ମାନ୍‌ କହିଛନ୍ତି, ଯେଉଁମ‌ାନେ ପବିତ୍ର ଶିଖ୍‌ ପୁସ୍ତକ ଗୁରୁ ଗ୍ରନ୍ଥ ସାହେବକୁ ଏକ ଢାଲ ଭାବେ ଥାନାକୁ ନେଇ ଯାଉଛନ୍ତି ସେମାନଙ୍କୁ ପଂଜାବର ଉତ୍ତରାଧିକାରୀ ବୋଲି କୁହାଯାଇପାରିବନି। ମାନ୍‌ ଏକ ଟ୍ବିଟ୍‌ କରି ଏହି ଟିପ୍ପଣୀ ଦେଇଛନ୍ତି।

Advertisment

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ଓ ତାଙ୍କ ସମର୍ଥକମାନେ ଖଣ୍ଡା,ବନ୍ଧୁକ ଧରି ଅମୃତସରର ଅଜନଲା ଥାନାରେ ପୁଲିସ ସହ ସଂଘର୍ଷ କରିଥିଲେ। ଅମୃତପାଲ୍‌ ସିଂହଙ୍କ ସହଯୋଗୀ ଲଭପ୍ରିତ ସିଂହଙ୍କୁ ଜେଲ୍‌ରୁ ଛାଡ଼ିବାପାଇଁ ଦାବି କରି ସେମାନେ ଥାନାକୁ କବ୍‌ଜା କରିନେଲେ। ଏହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ବିସ୍ମିତ କରିଛି।