ନୂଆଦିଲ୍ଲୀ : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାକୁ ନେଇ ପଂଜାବ ରାଜନୀତି ସରଗରମ ହୋଇ ଉଠିଛି। ପଂଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବାରୁ ବିରୋଧୀ ଦଳ ନେତାମାନେ ଆପ୍କୁ ଦାୟୀ କରିଛନ୍ତି। ମୁସେୱାଲାଙ୍କ ହତ୍ୟା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ପଂଜାବ କଂଗ୍ରେସ କହିଛି ଏବଂ ଉକ୍ତ ଘଟଣାରେ ଏନ୍ଆଇଏ ତଦନ୍ତ ଦାବି କରିଛି ଓ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ଇସ୍ତଫା ଦାବି କରିଛି। ପଂଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା କହିଛନ୍ତି, ମୁସେୱାଲାଙ୍କ ହତ୍ୟା ହେଉଛି ଏକ ରାଜନୈତିକ ହତ୍ୟା ଏବଂ ଏଥିପାଇଁ ଷଡ଼ଯନ୍ତ୍ର ହୋଇଥିଲା। କଂଗ୍ରେସ ପକ୍ଷରୁ ଆଜି ଏକ ଟ୍ବିଟ୍ କରି କୁହାଯାଇଛି, ଯଦି ଜଣେ ନେତା ଏବଂ ଜଣେ ଖ୍ୟାତନାମା କଳାକାରଙ୍କୁ ସୁରକ୍ଷା ମିଳିପାରୁନି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ। ପଂଜାବରେ ଆପ୍ ସରକାର ପ୍ରଥମେ ୪୨୪ ଲୋକଙ୍କ ସୁରକ୍ଷା କମାଇଲେ। ଏହାପରେ ସେମାନେ ଏହି ତାଲିକାକୁ ସାର୍ବଜନୀନ କଲେ। ଏହାପରେ ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଗଲା । ଆପ୍ର ବିପଜ୍ଜନକ ରାଜନୀତିର ଏହା ପରିଣାମ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖୀ କହିଛନ୍ତି, ଏହା ପ୍ରଥମ ହତ୍ୟା ନୁହେଁ। ପଂଜାବରେ ଆପ୍ ସରକାର ଆସିବାପରେ ଏହା ୯୦ତମ ହତ୍ୟା।
ପଂଜାବ ସରକାରକୁ ଘେରିଲେ ବିରୋଧୀ, ମାନ୍ଙ୍କ ଇସ୍ତଫା ଦାବି
/sambad/media/post_attachments/wp-content/uploads/2022/05/mann.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)