ମନୋହର ପାରିକରଙ୍କ ପରଲୋକ ? କଂଗ୍ରେସର ଦାବିକୁ ନେଇ ବିବାଦ

ପାନାଜୀ : ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ନେଇ ଆଜି ଏକ ବଡ଼ ବିବାଦ ଉଠିଛି । ଗୋଆ କଂଗ୍ରେସର ମୁଖପାତ୍ର ଜିତେନ୍ଦ୍ର ଦେଶପ୍ରଭୁ କହିଛନ୍ତି“ବୋଧହୁଏ ମାନ୍ୟବର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଯାଇଛି ।” ତେବେ ବିଜେପି ପକ୍ଷରୁ ଏହାର ତୁରନ୍ତ ଜବାବ ଦିଆଯାଇ କୁହାଯାଇଛି କଂଗ୍ରେସ ହତାଶ ହୋଇ ଏପରି କହିଛି । କଂଗ୍ରେସ ରାଜନୀତିର ସ୍ତରକୁ ତଳକୁ ନେଇଯାଉଛି । ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଆସନ୍ତା ବୁଧବାରଦିନ ପାରିକର ଏକ କ୍ୟାବିନେଟ ବୈଠକରେ ଯୋଗ ଦେବେ । ଗତ ୨୭ ତାରିଖରେ ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପାରିକର ପାନକ୍ରିଆଜ କର୍କଟ ରୋଗରେ ପୀଡିତ ଅଛନ୍ତି । ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୪ ତାରିଖରେ ପାରିକର ଦିଲ୍ଲୀ ଏମ୍ସରୁ ଚିକିତ୍ସିତ ହୋଇ ଫେରିବା ପରେ ଆଉ ସର୍ବସାଧାରଣରେ ତାଙ୍କୁ ଦେଖାଯାଇନାହିଁ । ଘରେ ସେ ଶଯ୍ୟାଶାୟୀ ହୋଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର