ବିଜେପିକୁ ସମାଲୋଚନା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ

ପାଣାଜୀ: ଗୋଆରେ କଂଗ୍ରେସର ୧୦ ଜଣ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ବିଜେପିକୁ ସମାଲୋଚନା କରିଛନ୍ତି | ମନୋହରଙ୍କ ପୁଅ ଉତ୍ପଳ ପାରିକର କହିଛନ୍ତି ଯେ ବାପାଙ୍କ ମୃତ୍ୟୁ ପରେ ବିଜେପି ଅନ୍ୟ ଦିଗକୁ ଆପଣାଉଛି | ବିଜେପି ପାର୍ଟିରେ ବର୍ତ୍ତମାନ ବିଶ୍ୱାସ ଓ ପ୍ରତିବଦ୍ଧତା ଭଳି ଶବ୍ଦ ସମାପ୍ତ ହୋଇଯାଇଛି |

sentinelassam.com

ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କହିଛନ୍ତି ଯେ ତାଙ୍କ ବାପା ମନୋହର ପାରିକରଙ୍କ ସମୟରେ ବିଶ୍ୱାସ ଓ ପ୍ରତିବଦ୍ଧତା ଭଳି ଶବ୍ଦ ବିଜେପି ପାଇଁ ମୁଖ୍ୟ ଥିଲା | କିନ୍ତୁ ମାର୍ଚ୍ଚ ୧୭ରେ ତାଙ୍କ ନିଧନ ପରେ ଏହି ଦୁଇ ଶବ୍ଦ ବିଜେପି ପାର୍ଟିରୁ ସମାପ୍ତ ହୋଇଯାଇଛି | ମାର୍ଚ୍ଚ ୧୭ ପରେ ବିଜେପି ଅଲଗା ଦିଗକୁ ଆପଣେଇନେଇଛି |

ଏଠାରେ ସୂଚନା ଥାଉ କି ଗୋଆ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ଅଛନ୍ତି | ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ବିଧାୟକ ବୁଧବାର ରାତିରେ ବିଜେପିରେ ସାମିଲ ହୋଇଛନ୍ତି |

ସମ୍ବନ୍ଧିତ ଖବର