ବିଦେଶରେ ଚିକିତ୍ସା ହେବା ପ୍ରସଙ୍ଗରେ ଗୋଆ ରାଜ୍ୟପାଳଙ୍କୁ ପତ୍ର ଲେଖିଲେ ମନୋହର ପାରିକର

ପଣଜୀ: ଅଧିକ ଚିକିତ୍ସା ପାଇଁ ସେ ବିଦେଶ ଯାଉଛନ୍ତି ବୋଲି ବୁଧବାର ପ୍ରତ୍ୟୁଷରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଏକ ପତ୍ର ଲେଖିଛନ୍ତି।

ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ୬୨ ବର୍ଷିୟ ପାରିକର ବିମାନ ଯୋଗେ ମୁମ୍ବାଇ ଯାଇ ଗତ ସନ୍ଧ୍ୟାରେ ଲୀଳାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରୁ ତାଙ୍କୁ ବୁଧବାର ପ୍ରତ୍ୟୁଷରେ ଆମେରିକା ନିଆଯାଇଛି।

ରାଜ୍ୟ ପ୍ରଶାସନର ତତ୍ତ୍ୱାବଧାରକ ଭାବେ କାର୍ଯ୍ୟତୁଲାଇବାକୁ ମଧ୍ୟବର୍ତ୍ତୀକାଳୀନ ବନ୍ଦୋବସ୍ତ କ୍ୟାବିନେଟ୍‌ ଆଡ୍‌ଭାଇଜରି କମିଟି ପ୍ରସଙ୍ଗରେ ମଧ୍ୟ ପାରିକର ଚିଠିରେ ସୂଚନା ଦେଇଛନ୍ତି।

ବିଦେଶରେ ଥାଇ ସେ ଭିଡିଓ କନ୍‌ଫରେସିଙ୍ଗ୍‌ ଜରିଆରେ ସେ ମନ୍ତ୍ରୀ ପରିଷଦ ବୈଠକର ସଭାପତିତ୍ୱ କରିବେ ବୋଲି ମଧ୍ୟ ଚିଠିରେ ଲେଖିଛନ୍ତି।
ଯଦି ତାହା ସମ୍ଭବପର ନ ହୁଏ ତେବେ, ଠିକଣା ବେଳେ ମୋ ଦ୍ୱାରା ମନୋନୀତ ମନ୍ତ୍ରୀ ବୈଠକରେ ଅଧ୍ୟକ୍ଷତା କରିବେ। ଯଦି ସେ ଭଳି ଜରୁରୀ ପରିସ୍ଥିତି ଉପୁଜେ ମୁଁ ମୁଖ୍ୟ ସଚିବଙ୍କୁ ସେ ବାବଦରେ ଅଲଗା ଭାବେ ସୂଚନା ଦେବି।

ଗୋଆ ଏବଂ ମୁମ୍ବାଇସ୍ଥିତ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଉପଦେଶ ଓ ପରେ ପରେ ବିଦେଶୀ ଡାକ୍ତରଙ୍କ ସହ ହୋଇଥିବା ପରାମର୍ଶ କ୍ରମେ ସ୍ୱାସ୍ଥ୍ୟାବସ୍ଥା ପାଇଁ ସ୍ୱତନ୍ତ୍ର ଚିକିତ୍ସା କରାଇବାକୁ ମୁଁ ଦରିଆପାରି ଯାଉଛି ବୋଲି ଚିଠିରେ ଲେଖା ଅଛି।

ସମ୍ବନ୍ଧିତ ଖବର