ପାନାଜି(ଗୋଆ): ହଜାର ହଜାର ପ୍ରଶଂସକ, ରାଜନେତା, ଗୋଆବାସୀଙ୍କ ଜନସମୁଦ୍ର ମଧ୍ୟରେ ଆଜି ଅପରାହ୍ଣରେ ରାଷ୍ଟ୍ରୀୟ ସମ୍ମାନ ସହ ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଚାରି ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ଥିବା ମନୋହର ପାରିକରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗୋଆର ମିରାମାର ଉପକୂଳରେ ଚିରବିଦାୟୀ ଜନନାୟକଙ୍କୁ ଶେଷଦର୍ଶନ କରିବା ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ଉତ୍ପଳ ମୁଖାଗ୍ନି ଦେଇଥିଲେ। ସକାଳେ ପାରିକରଙ୍କ ମରଶରୀରକୁ ତାଙ୍କ ବାସଭବନଠାରୁ ସ୍ଥାନୀୟ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଏବଂ ଅନ୍ୟ ଦଳୀୟ ନେତା ଓ କର୍ମୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ କଳା ଏକାଡେମିକୁ ନିଆଯାଇଥିଲା। ସେଠାରେ ମରଶରୀରକୁ ଅପରାହ୍ଣ ୪ଟାରୁ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପାରିକରଙ୍କ ଅନ୍ତିମ ଶୋଭାଯାତ୍ରା ସ୍ଥାନୀୟ କଳା ଏକାଡେମି ଠାରୁ ଆରମ୍ଭ ହୋଇ ମିରାମାର ଉପକୂଳରେ ଶେଷ ହୋଇଥିଲା।
ପଞ୍ଚଭୂତରେ ଲୀନ ପାରିକର
/sambad/media/post_attachments/wp-content/uploads/2019/03/Untitled-14-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)