୭ ଜଣଙ୍କୁ ପଦ୍ମବିଭୂଷଣ, ୧୬ ଜଣଙ୍କୁ ପଦ୍ମଭୂଷଣ, ୧୧୮ ଜଣଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ, ଅରୁଣ ଜେଟ୍ଲି ଏବଂ ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ସରକାର ୨୦୨୦ ବର୍ଷ ପାଇଁ ଏହା ଘୋଷଣା କରିଛନ୍ତି। ଏହାସହିତ ମହିଳା ବକ୍ସର ଏମ୍ସି ମେରିକମ୍, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଛନ୍ନୁଲାଲ ମିଶ୍ରା ଏବଂ ମରିସସ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥଙ୍କୁ ମଧ୍ୟ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯିବ। ବିଶ୍ବେଶତୀର୍ଥ ସ୍ବାମୀଜୀଙ୍କୁ ମଧ୍ୟ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ମିଳିବ।
/sambad/media/post_attachments/wp-content/uploads/2020/01/p1-300x130.jpg)
ଚଳିତ ବର୍ଷ ମୋଟ୍ ୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ପଦ୍ମ ବିଭୂଷଣ ପୁରସ୍କାର ଲାଗି ୭ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ଭୂଷଣ ଏବଂ ୧୧୮ ଜଣଙ୍କ ନାମ ପଦ୍ମଶ୍ରୀ ତାଲିକାରେ ରହିଛି।
ବିଶିଷ୍ଟ ଲେଖକ ମନୋଜ ଦାସ, ମନୋହର ପାରିକର (ମରଣୋତ୍ତର), ଆନନ୍ଦ ମହିନ୍ଦ୍ରା, ଏବଂ ପିଭି ସିନ୍ଧୁଙ୍କ ସମେତ ୧୬ ଜଣଙ୍କୁ ପଦ୍ମ ଭୂଷଣ ଦିଆଯିବ। କଙ୍ଗନା ରାଣାୱତ, ଅଦ୍ନାନ ସ୍ବାମୀ, ଏକତା କପୁର, ସୁରେଶ ୱାଦକର, ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂହ, ଲଙ୍ଗର ବାବା ଜଗଦୀଶ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟେକ, ସାମାଜିକ କାର୍ଯ୍ୟକର୍ତ୍ତା ସତ୍ୟ ନାରାୟଣ ମୁନ୍ଦୟୁର, ସାମାଜିକ କାର୍ଯ୍ୟକର୍ତ୍ତା ଏସ୍ ରାମକୃଷ୍ଣ, ଯୋଗୀ ଏରେନ, ତୁଲସି ଗୌଡ଼ା, ଉଷା ଚୌମାର, ପାପଟରାଓ ପାୱାର, ହରେକାଲା ହଜବ୍ବା, ଅରୁଣୋଦାୟ ମଣ୍ଡଳ, ରାଧାମୋହନ ଏବଂ ସାବରମତୀ, କୁଶାଲ କୋନୱାର, ତ୍ରିନିତି ସାୟୋ, ରବି କନ୍ନନ, ସନ୍ଦରମ ବର୍ମା, ମୁନ୍ନା ମାଷ୍ଟର, ସୋମା ପୋପରା ଏବଂ ଅବ୍ଦୁଲ୍ ଜବ୍ବାରଙ୍କ ସମେତ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/manoj-das.jpeg)