ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ପରବର୍ତ୍ତି ସେନାଧ୍ୟକ୍ଷ ହେବା ସମ୍ଭାବନା

ନୂଆଦିଲ୍ଲୀ : ଇଣ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ଭାରତୀୟ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଡି.ଆନବୁ ଆସନ୍ତା ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ସ୍ଥାନରେ ନାରାଭାନେ ଦାୟିତ୍ୱ ଗ୍ରହଣ କରିବେ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାରାଭାନେ ଦେଶର ପରବର୍ତ୍ତି ସେନାଧ୍ୟକ୍ଷ ହେବାର ସମ୍ଭାବନା ରହିଛି । କାରଣ ଡିସେମ୍ବର ୩୧ରେ ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଅବସର ଗ୍ରହଣ କରିବା ପରେ ବରିଷ୍ଠତା କ୍ରମରେ ନାରାଭାନେ ପ୍ରଥମସ୍ଥାନରେ ରହିଛି । ଏଣୁ ସେ ବିପିନ ରାଓ୍ଵତଙ୍କ ସ୍ଥାନ ନେବେ । ନାରାଭାନେଙ୍କ ପଦୋନ୍ନତି ପରେ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ( ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ) ନିଯୁକ୍ତ ହୋଇଛନ୍ତି । ଏହା ଛଡା ସେନାର ବରିଷ୍ଠ କମାଣ୍ଡର ସ୍ତରରେ ଆଉ କେତେକ ଅଦଳବଦଳ କରାଯାଇଛି ।

ସମ୍ବନ୍ଧିତ ଖବର