ମନୋଜ ପରିଡ଼ା ହେଲେ ଦିଲ୍ଲୀ ଫାଇନାନ୍‌ସିଆଲ କର୍ପୋରେସନ୍‌ ଏମ୍‌ଡି

ନୂଆଦିଲ୍ଲୀ : ଓଡ଼ିଆ ଆଇଏଏସ୍‌ ଅଧିକାରୀ ମନୋଜ ପରିଡ଼ାଙ୍କୁ ଦିଲ୍ଲୀ ଫାଇନାନ୍‌ସିଆଲ୍‌ କର୍ପୋ‌ରେସନ୍‌ର ମ୍ୟାନେଜିଂ ଡାଇରେକ୍ଟର (ଏମ୍‌ଡି) ରୂପେ ନୂତନ ଦାୟିତ୍ବ ମିଳିଛି। ଦିଲ୍ଲୀ ସରକାରରେ ଅତିରିକ୍ତ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ ଥିବା ମନୋଜଙ୍କୁ ବଦଳି କରାଯାଇ ଦିଲ୍ଲୀ ଫାଇନାନ୍‌ସିଆଲ କର୍ପୋରେସନ୍‌ର ମୁଖ୍ୟ ରୂପେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ବାସିନ୍ଦା ମନୋଜ ୧୯୮୭ ବ୍ୟାଚ୍‌ ‘ଆଗ୍‌ମୁ’ କ୍ୟାଡରର ଆଇଏଏସ୍‌ ଅଧିକାରୀ। ପୂର୍ବରୁ ସେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଂଜରେ ଜିଲ୍ଲାପାଳ ତଥା ପୁଡ଼ୁଚେରୀ ସରକାରରେ ମୁଖ୍ୟ ସଚିବ ରୂପେ କାର୍ଯ୍ୟ କରି ସାରିଛନ୍ତି। ଦିଲ୍ଲୀ ସରକାରରେ ମୁଖ୍ୟ ସଚିବ ରୂ‌ପେ କାର୍ଯ୍ୟ କରୁଥିବା ଅଂଶୁ ପ୍ରକାଶଙ୍କ ବଦଳି ପରେ ମନୋଜ ପରିଡ଼ାଙ୍କୁ ମୁଖ୍ୟ ସଚିବ ରୂପେ ନିଯୁକ୍ତି ମିଳିବାର ଚର୍ଚ୍ଚା ଥିଲା। କିନ୍ତୁ ତାଙ୍କଠାରୁ ଗୋଟିଏ ବର୍ଷ କନିଷ୍ଠ ଆଇଏଏସ୍‌ ଅଧିକାରୀ ବିଜୟ ଦେବ୍‌ଙ୍କୁ ଦିଲ୍ଲୀର ମୁଖ୍ୟ ସଚିବ ରୂପେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର