ରାୟପୁର: ବିବାହ ପ୍ରତିଶୃତି ଦେଇ ରଖିଚାଲିଥିଲେ ସମ୍ପର୍କ | ଆଉ ଶେଷରେ ବିବାହ ପାଇଁ ମନା କରିବାରୁ ଏବେ ଅଭିଯୋଗ ହୋଇଛି | ପୁଲିସ ଅଭିଯୋଗ ପାଇବା ପରେ ଜଣେ ଅଭିନେତାଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଛତିଶଗଡର ଦୁର୍ଗ ଜିଲ୍ଲାରେ ଗତ ୧୩ ବର୍ଷ ଧରି ବିବାହର ବାହାନା କରି ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଛତିଶଗଡ଼ି ସିନେମାର ଅଭିନେତାଙ୍କୁ ଗିରଫ କରିଛି। ଶନିବାର ପୁଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ପୁଲିସ ଅଧିକାରୀ କହିଛନ୍ତି ଯେ ୨୯ ବର୍ଷୀୟ ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଛତିଶଗଡ ଚଳଚ୍ଚିତ୍ରର ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ମନୋଜ ରାଜପୁତଙ୍କୁ ଗିରଫ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଫେବୃଆରୀ ୨୨ ରାତିରେ ପୀଡିତା ଅଭିଯୋଗ କରିଥିଲେ ଯେ ରାଜପୁତ ତାଙ୍କୁ ବିବାହ କରିବା ବାହାନାରେ ୨୦୧୧ ମସିହାରୁ ଯୌନ ଶୋଷଣ କରିଆସୁଥିଲେ ।
ପୁଲିସ ଅଧିକାରୀ କହିଛନ୍ତି ଯେ ଯେତେବେଳେ ରାଜପୁତ ପୀଡିତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬, ୩୭୭ ଏବଂ ୫୦୬ ଦଫାରେ ଗିରଫ କରାଯାଇଛି । ପୁଲିସ ଅଧିକାରୀ କହିଛନ୍ତି ରାଜପୁତଙ୍କୁ ଶୁକ୍ରବାର ଦିନ ଦୁର୍ଗ ସହରରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପୀଡିତା ଜଣକ ମନୋଜଙ୍କ ଦୂର ସମ୍ପର୍କୀୟ ବୋଲି ଜଣାପଡିଛି |