ଜମ୍ମୁ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ଗିରିଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।
Kashmir Observerସୂଚନା ମୁତାବକ, ୬୧ ବର୍ଷୀୟ ସିହ୍ନା ପୂର୍ବ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ସ୍ଥିତ ମୋହନପୁରରେ ଜୁଲାଇ ୧, ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ। ପୂର୍ବ ଉତ୍ତରପ୍ରଦେଶର ପଛୁଆ ଗ୍ରାମ ଗୁଡ଼ିକ ପାଇଁ ସେ ଅତି ସକ୍ରିୟ ଭାବେ କାମ କରିଥିଲେ। ୧୯୮୨ରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ନିର୍ବାଚିତ ହେବା ସହ ତାଙ୍କ ରାଜ୍ନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୮୬ରେ ସେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୯ରେ ପୁନର୍ବାର ନିର୍ବାଚିତ ହେଲେ। ୨୦୧୪ ଲୋକସଭା ନିର୍ବାଚନରେ ସିହ୍ନା ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଦୀ ସରକାରର ପ୍ରଥମ ପାଳିରେ ପ୍ରଥମେ ସେ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ଏବଂ ପରେ ସେ ସଞ୍ଚାର ମନ୍ତ୍ରାଳୟର ସ୍ବାଧୀନ ଦାୟିତ୍ବ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-7.png)