ଦୀପିକା ସ୍ପଷ୍ଟୀକରଣ ଦିଅନ୍ତୁ: ମନୋଜ ତିୱାରୀ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଦୀପିକା‌ ପାଦୁକୋନ୍‌ ଜେଏନ୍‌ୟୁ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିବାରୁ କଡ଼ା ସମାଲୋଚନାର ଶିକାର ହୋଇଥିବା‌ ବେଳେ ଆଜି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଦିପୀକାଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଦୀପିକା କାହିଁକି କ‌ହ୍ନେୟା କୁମାରଙ୍କ ସହ ମିଳିତ କାର୍ଯ୍ୟକ୍ରମ କରିଥିଲେ ସେନେଇ ସେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ତିୱାରୀ କହିଛନ୍ତି। ଭାରତୀୟ ସେନାକୁ ସମ୍ମାନ ଦେଉଥିବା ଲୋକଙ୍କ ସହ ଦୀପିକା ରହିବେ କି ‘ଇଣ୍ଡିଆନ ଆର୍ମି ମୁର୍ଦାବାଦ୍‌’ କହୁଥିବା ଲୋକଙ୍କ ସହ ରହିବେ ତାହା ସେ ସ୍ଥିର କରନ୍ତୁ ବୋଲି ମନୋଜ ତିୱାରୀ କହିଛନ୍ତି।

ସମ୍ବନ୍ଧିତ ଖବର