ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟଙ୍କ ଇସ୍ତଫା ପ୍ରସ୍ତାବ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ୬୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ବିଜେପିର ପରାଜୟ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ନିଜକୁ ଦାୟୀ କରିବା ସହ ସେ ତାଙ୍କ ପଦରୁ ଇସ୍ତଫା ଦେବାପାଇଁ ପ୍ରସ୍ତାବ ଦେଇଥିଲେ। ବିଜେପିର ଶୀର୍ଷ ନେତୃବୃନ୍ଦ ତିୱାରୀଙ୍କୁ ଦିଲ୍ଲୀ ବିଜେପି ମୁଖ୍ୟ ପଦ‌ରେ ରହିବା ପାଇଁ କହିଛନ୍ତି। ଗତକାଲି ନିର୍ବା‌ଚନ ଫଳାଫଳ ଆସିବାପରେ ମନୋଜ ତିୱାରୀ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ। ଅନ୍ୟପକ୍ଷେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ସମସ୍ତ ସାଧାରଣ ସଚିବଙ୍କ ସହ ବୈଠକ କରିଛନ୍ତି। ଦଳର ଖରାପ୍‌ ପ୍ରଦର୍ଶନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର