୪୯ବର୍ଷ ବୟସରେ ଦ୍ବିତୀୟ ବିବାହ କରିଥିଲେ, ୫୧ରେ ତୃତୀୟ ଥର ବାପା ହେବେ ମନୋଜ ତିୱାରୀ

ନୂଆଦିଲ୍ଲୀ: ୪୯ବର୍ଷ ବୟସରେ ଦ୍ବିତୀୟ ବିବାହ କରିଥିଲେ, ୫୧ରେ ତୃତୀୟ ଥର ବାପା ହେବେ ମନୋଜ ତିୱାରୀ। ମନୋଜ ତିୱାରୀ ଭୋଜପୁରୀର ଜଣେ ଜଣାଶୁଣା ଅଭିନେତା ଯିଏ ଅନେକ ବର୍ଷ ଧରି ଭୋଜପୁରୀ ସିନେମାରେ ରାଜ୍ କରିଥିଲେ। ପରେ ଅଭିନୟ ଛାଡ଼ି ସେ ରାଜନୀତିରେ ଯୋଗ ଦେଇଥିଲେ। ଅଭିନୟ ଭଳି ରାଜନୀତିରେ ମଧ୍ୟ ସେ ରାଜା ହୋଇଥିଲେ। ବିଜେପିରେ ଯୋଗ ଦେଇ ସେ ଜଣେ ଶକ୍ତିଶାଳୀ ରାଜନେତା ଭାବେ ଉଭା ହୋଇଥିଲେ। ବିଜେପି ଦିଲ୍ଲୀ ରାଜ୍ୟ ସଭାପତିଙ୍କ ଦାୟିତ୍ୱ ଗ୍ରହଣ କରିବାଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ସେ ପେସାଦାର ଜୀବନରେ ଅନେକ ଭୂମିକା ଗ୍ରହଣ କରିଛନ୍ତି। କିନ୍ତୁ ଏବେ ସେ ତାଙ୍କର ରାଜନୈତିକ ବା ଫିଲ୍ମ କ୍ୟାରିୟରକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ଅଭିନେତା ମନୋଜ ତିୱାରୀ ଏବେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ୫୧ବର୍ଷ ବୟସରେ ସେ ତୃତୀୟ ଥର ବାପା ହେବା ଖବର ନିଜ ପ୍ରଶଂସକଙ୍କୁ ଦେଇଛନ୍ତି। ମନୋଜ ତିୱାରୀ ଦୁଇଥର ବିବାହ କରିଥିବା ବେଳେ ସେ ପ୍ରଥମେ ୧୯୯୯ରେ ରାଣୀ ତିୱାରୀଙ୍କୁ ବିବାହ କରିଥିଲେ। ଏହି ବିବାହ ପରେ ମନୋଜଙ୍କର ଏକ ଝିଅ ହୋଇଥିଲା। ହେଲେ ବିବାହର କିଛି ବର୍ଷ ପରେ ୨୦୧୨ରେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ମନୋଜ। ରାଣୀଙ୍କଠାରୁ ଅଲଗା ହେବା ପରେ ମନୋଜ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ବିବାହ ପ‌ରେ ୨୦୨୦ରେ ସେ ଦ୍ବିତୀୟ ଥର ବାପା ହେବା ସହ ତାଙ୍କ ଘରକୁ ଲକ୍ଷ୍ମୀ ଆସିଥିଲା।

मनोज तिवारी, सुरभि तिवारी
aajtak

ଏବେ ସେ ପୁନର୍ବାର ବାପା ହେବାକୁ ଯାଉଥିବ‌ା ଜଣାପଡ଼ିଛି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି।

ସମ୍ବନ୍ଧିତ ଖବର