ଭୁବନେଶ୍ବର: ତାତିରେ ତ୍ରାହି ତ୍ରାହି ଡାକୁଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି ଆଣ୍ଡାମାନରୁ । କାରଣ ଆଣ୍ଡମାନକୁ ଛୁଇଁଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନରେ ଏହାର ପ୍ରଭାବ ଅନୁଭୁତ ହେବ । ମୌସୁମୀ ପ୍ରଭାବରେ ଆଣ୍ଡାମାନରେ ବର୍ଷା ଜାରି ରହିବ । ମୌସୁମୀର ଆଗମନ ନେଇ ଆଂଚଳିକ ପାଣିପାଗ ବିିଜ୍ଞାନ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ତେବେ ଜୁନ୍ ଦ୍ୱିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଆସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ, ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ପଶ୍ଚିମଓଡ଼ିଶାରେ ଆହୁରି ୨ରୁ ୩ଡିଗ୍ରୀ ବଢିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡିଶାରେ ୩ ଦିନ ଧରି ହିଟ ୱେଭ ଜାରି ରହିବ । ଉପକୂଳ ଜିଲ୍ଲାରେ ସାଧାରଣ ଠାରୁ ୧ ଡିଗ୍ରୀ ଅଧିକ ତାପମାତ୍ରା ରହିବ । ଏପରିକି ୨୪ ଓ ୨୫ତାରିଖ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୭ଡିଗ୍ରୀରେ ପହଂଚିବ । କେତେକ ସ୍ଥାନରେ ପାରଦ ୪୮ଡିଗ୍ରୀ ଛୁଇଁବା ପୂର୍ବାନୁମାନ । ଏବେ ଅସହ୍ୟ ତାତିରେ ସିଝୁଛି ଓଡ଼ିଶା । ବିଶେଷ କରି ପଶ୍ଚିମ ଓଡ଼ିଶାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ସେପଟେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ଥିବାର ୫ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।