ଅଲଓ୍ବର: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଘଟିଥିବା ଦୁର୍ଘଟଣାରେ କଂଗ୍ରେସ ନେତା ତଥା ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ଯଶବନ୍ତ ସିଂଙ୍କ ପୁଅ ମାନବେନ୍ଦ୍ର ସିଂ ପତ୍ନୀ ଚିତ୍ରା ସିଂହଙ୍କ ମୃତ୍ୟୁ ଘଟିଛି। ଏଥିରେ ମାନବେନ୍ଦ୍ର ସିଂ ଜସୋଲ, ତାଙ୍କ ପୁଅ, ଝିଅ ଓ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।
ଏହି ଦୁର୍ଘଟଣାକୁ ନେଇ ପାଟ୍ରୋଲିଂ ଟିମର ଅଧିକାରୀ ସନ୍ତରାମ ଗର୍ଜର କହିଛନ୍ତି, ଗାଡ଼ି ଚାଳକଙ୍କୁ ନିଦ ଲାଗିବାରୁ ଆଖି ଲାଗି ଯାଇଥିଲା। ତେଣୁ ଗାଡ଼ି ଚାଳନା ଉପରେ ତାଙ୍କର ନିୟନ୍ତ୍ରଣ ରହି ନଥିଲା। କାରର ଗତି ୧୬୦କିମି ପ୍ରତି ଘଣ୍ଟାକୁ ଥିଲା। ତେଣୁ କାର ଏକ୍ସପ୍ରେସ ୱେରୁ ଖସି ପାଖାପାଖି ୧୫୦ମିଟର ଦୂରକୁ ଯାଇ ଏକ କାନ୍ଥରେ ପିଟି ହୋଇଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ଯଶବନ୍ତ ସିଂଙ୍କ ବୋହୂଙ୍କ ମୃତ୍ୟୁ ହୋଇଯାଇଛି।
ପାଟ୍ରୋଲିଂ ଟିମର ଅଧିକାରୀ ସନ୍ତରାମ ଗର୍ଜର କହିଛନ୍ତି ଏହି ଦୁର୍ଘଟଣାପରେ ମାନବେନ୍ଦ୍ର ସିଂଙ୍କ ଗାଡ଼ି ଚାଳକଙ୍କୁ ମୁଁ ଏହି ଦୁର୍ଘଟଣା ବିଷୟରେ ପଚାରିବାରୁ ସେ କହିଥିଲେ, ‘ ଗାଡ଼ିରେ ବସିଥିବା ସମସ୍ତ ଯାତୀଙ୍କୁ ନିଦ ଲାଗୁଥିଲା। ଏହି ସମୟରେ ମୋର ଅଜଣାତରେ ଆଖି ଲାଗି ଯାଇଥିଲା। ତେଣୁ ଗାଡ଼ି ରାସ୍ତାରୁ ତଳକୁ ଖସି ଏହି ଦୁର୍ଘଟଣା ଘଟିଥିଲା। ସାମ୍ନାରେ ଥିବା ଗୋଟିଏ ଏୟାର ବ୍ୟାଗ ଖୋଲିଥିବା ବେଳେ ଅନ୍ୟଟି ଖୋଜି ନଥିଲା। ତେଣୁ ପଛରେ ବସିଥିବା ସାର ଓ ତାଙ୍କ ସ୍ତ୍ରୀ କାର ଦ୍ବାରରେ ପିଟି ହୋଇଥିଲେ। ଏଥିରେ ମ୍ୟାଡମଙ୍କୁ ମୃତ୍ୟୁ ହୋଇଥିବା ବେଳେ ସାର ଓ ତାଙ୍କ ଦୁଇପିଲା ଗୁରୁତର ଆହତ ହୋଇଛନ୍ତି।’
ମାନବେନ୍ଦ୍ର ସିଂହ ଜସୋଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂହଙ୍କ ପୁଅ। ସେ ଦୀର୍ଘ ଦିନ ଧରି ବିଜେପିରେ ଥିଲେ। କିନ୍ତୁ ୨୦୧୮ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/cee2392b-eacf-4007-bfb2-b8213e519966.jpg)