‌୪୮ ଘଣ୍ଟାରେ ଗଲାଣି ୧୦ଜଣ ଶିଶୁଙ୍କ ଜୀବନ: କୋଟାର ସବୁଠାରୁ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ମଧ୍ୟ ବଞ୍ଚି ପାରିଲେନି

କୋଟା: ରାଜସ୍ଥାନର କୋଟ‌ାରେ ଥିବା ଏକ ବଡ଼ ଡାକ୍ତରଖାନାରେ ୪୮ଘଣ୍ଟା ମଧ୍ୟରେ ୧୦ଜଣ ଶିଶୁଙ୍କ ଜୀବନ ଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ୧୦ଜଣଙ୍କୁ କୋଟାରେ ଥିବା ଜେକେ ଲୋନ୍ ଡାକ୍ତରଖାନାର ଏନ୍ଆଇସିଉରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଅନେକ ଚିକିତ୍ସା ପରେ ମଧ୍ୟ ସେମାନଙ୍କୁ ବଞ୍ଚାଯାଇ ପାରି ନଥିଲା।

ଡାକ୍ତରଖାନାର ଶିଶୁ ରୋଗ ବିଭାଗର ଅଧ୍ୟକ୍ଷ ବେରବାଙ୍କ କହିବା ମୁତାବକ, ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ଶିଶୁ ମୃତ୍ୟୁ ସଂଖ୍ୟା କମ ରହିଛି। ବର୍ତ୍ତମାନ ମୃତ୍ୟୁବରଣ କରିଥିବା ୧୦ଜଣଙ୍କ ମଧ୍ୟରୁ ୫ଜଣ ନବଜାତ ଶିଶୁ ଥିଲେ। ଜନ୍ମ ହେବା ପରେ ପରେ ଏମାନଙ୍କ ପାଖରେ ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥିଲା। ଯାହା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଦେଖିବାକୁ ଗଲେ ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା କମ। ୨୦୧୪ରେ ୧୫,୭୧୯ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୯୮ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। ୨୦୧୫ରେ ୧୭,୫୭୯ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୧୨୬୦ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। ସେହିଭଳି ୨୦୧୮ରେ ୧୬,୪୩୬ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୦୦୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

Image result for infant feet
Romper

ଗତ କିଛି ବର୍ଷ ତୁଳନାରେ ୨୦୧୯ରେ ମୃତ୍ୟୁ ସଂଖ୍ୟା କମ ରହିଛି। ଚଳିତ ବର୍ଷ ୧୬,୮୯୨ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୪୦ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଯାହା ଗତ କିଛି ବର୍ଷ ତୁଳନାରେ କମ।

ସମ୍ବନ୍ଧିତ ଖବର